ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେରିଲା ପାସ୍-ଫେଲ୍ ପ୍ରଣାଳୀ! ଛାତ୍ରଛାତ୍ରୀ ପାଇଁ ନୂଆ ନିୟମ ଘୋଷଣା :

By – SUBHASMITA Oct 23 2025 ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି — ଏବେ ଆଉ ମିଳିବ ନାହିଁ ସିଧା ପ୍ରୋମୋସନ୍‌! ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଏବେ ହେବ ପାସ୍ ଓ ଫେଲ୍ ପରୀକ୍ଷା ପ୍ରଣାଳୀ। ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ବିଭାଗ ପକ୍ଷରୁ ଏହି ନୂତନ ନିୟମ ଜାରି ହୋଇଛି। ଏହାଅନୁଯାୟୀ ଏବେ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଜିଲ୍ଲାସ୍ତରରେ ପ୍ରସ୍ତୁତ ହୋଇଥିବା ସାଧାରଣ ପ୍ରଶ୍ନପତ୍ର ଉପରେ ହେବ। ଫେବ୍ରୁଆରିରେ … Read more

ରବିବାର ହେବ ପୋଲିଓ ଦିବସ: ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ଦିଆଯିବ ‘ଦୁଇ ବୁନ୍ଦା ଜୀବନ’

By Shubhasmita | October 11, 2025 ଭୁବନେଶ୍ୱର, ୧୧ ଅକ୍ଟୋବର: ଆସନ୍ତା ରବିବାର, ଅକ୍ଟୋବର ୧୨ରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଦ୍ୟାପିତ ହେବ ରାଷ୍ଟ୍ରୀୟ ପୋଲିଓ ଦିବସ। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ। ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ … Read more

ପୁଣି ରାଜନୀତିକ ଝଡ଼ ସୃଷ୍ଟି କଲେ ଶ୍ରୀମୟୀ ମିଶ୍ର, ଟୁଇଟ୍‌ରେ ସନ୍ନ୍ୟାସୀକୁ ପରୋକ୍ଷ କଟାକ୍ଷ

By- SUBHASMITA oct 11 2025 ଭୁବନେଶ୍ୱର, 11 ଅକ୍ଟୋବର 2025 — ଓଡ଼ିଶା ରାଜନୀତିରେ ପୁଣି ଏକ ନୂତନ ତରଙ୍ଗ ତିଆରି କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ନୂଆ ଟୁଇଟ୍ ସୋସିଆଲ ମିଡିଆରେ ତେଜ ଚର୍ଚ୍ଚା ଜନମାଇଛି । ପରୋକ୍ଷ ଭାବେ ସେ ପୁଣି ଭଣ୍ଡ ସନ୍ନ୍ୟାସୀଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ଉଠିଛି । ତାଙ୍କ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି — “କର୍ମୀ ବସିଛନ୍ତି ଅନେଇ… ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ… ଦଳ ପାଇଁ … Read more

ଓଡ଼ିଶାକୁ ଆଉଥରେ ବର୍ଷାର ଘେରାଉ

୨୦ ଜିଲ୍ଲାରେ ବିଜୁଳି-ଘଡଘଡି ସହ ବର୍ଷା ସତର୍କ, ୧୨ ଯାଏଁ ରହିବ ପ୍ରଭାବ By- SUBHASMITA ଅକ୍ଟବର 10 2025 ଭୁବନେଶ୍ବର : ରାଜ୍ୟରେ ପୁଣିଥରେ ବର୍ଷାର ଭୟ। ପାଣିପାଗ ବିଭାଗ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ଜଣାଇଛି। ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ନୂଆ ଘୂର୍ଣ୍ଣିବଳୟ ଗଠିତ ହେବାର ଫଳରେ ଆସନ୍ତା ଦିନଗୁଡ଼ିକ ଭିତରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, କନ୍ଧମାଳ, … Read more

ବଜ୍ରପାତରେ ଜଳିଗଲା ଲିଙ୍ଗରାଜମନ୍ଦିରର ପତାକା

By – SUBHASMITA ଅକ୍ଟବେର 9 2025 ଭୁବନେଶ୍ବର, ୯ ଅକ୍ଟୋବର: ଗୁରୁବାର ରାତିରେ ହୋଇଥିବା ବଜ୍ରପାତରେ ଭୁବନେଶ୍ବରର ଐତିହ୍ୟବାହୀ ଲିଙ୍ଗରାଜ ମନ୍ଦିର ମାରାତ୍ମକ କ୍ଷତି ଅନୁଭବ କରିଛି। ମନ୍ଦିର ଶିଖରରେ ଥିବା ପବିତ୍ର ପତାକା ଜଳି ଯାଇଛି, ସହିତେ ମନ୍ଦିର ଭିତରେ ଥିବା ସିସିଟିଭି ଓ ଇଲେକ୍ଟ୍ରିକ୍ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଛି। ଗର୍ଭଗୃହ ଭିତରେ ଥିବା ମର୍କ୍ୟୁରୀ ବଲବ୍ ଫାଟି ପଡ଼ିଥିବାରୁ ଗୁଣ୍ଡ କାଚ ଚାରିଦିଗରେ ଛିଟିଗଲା। ଅନେକ ସେବାୟତ ଓ ଶ୍ରଦ୍ଧାଳୁ ବିଦ୍ୟୁତ … Read more

ଦଶହରାରେ ପ୍ରବଳ ବର୍ଷା: ଲଘୁଚାପ ସୃଷ୍ଟି, ୩୦ ଜିଲ୍ଲାକୁ ଅଲର୍ଟ

By -SUBHASMITA ସେପ୍ଟେମ୍ବର 1 2025 ଭୁବନେଶ୍ୱର :୧ ଅକ୍ଟୋବର ଦଶହରା ଉତ୍ସବ ଆସିଥିବାବେଳେ ଓଡିଶା ବାସୀଙ୍କୁ ଆଉ ଏକ ନୂତନ ଆବହାବାତବରଣୀ ଆଗାହୀ ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହୋଇଛି, ଯାହା ଆଗାମୀ ୧୨-୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ଆଗାମୀ ୩ ତାରିଖ ସକାଳ ଅବଧିରେ ଏହି ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି, … Read more

ଧରା ଉପରେ ଅବତରିଲେ ଦେବୀ! ଶକ୍ତିପୀଠରେ ଉତ୍ସବ ମୁଖର ମହାନବମୀ ପୂଜା

By -SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ୱର: ନବରାତ୍ର ର ନବମ ଦିନ ଅବସରରେ ଶକ୍ତିପୀଠଗୁଡିକ ଭକ୍ତି ଓ ଆଧ୍ୟାତ୍ମିକତାରେ ଓତପୋତ। ଧରାବତାର ନେଇଛନ୍ତି ଜଗତଜନନୀ ମାଆ ଦୁର୍ଗା। ମଣ୍ଡପଗୁଡିକରେ ମାଆ ର ଦିବ୍ୟ ଦର୍ଶନ ପାଇ ଭକ୍ତମାନେ ଦୀର୍ଘ ପାଲି ଲାଗି ଦର୍ଶନ ନିମନ୍ତେ ଅପେକ୍ଷା କରୁଛନ୍ତି। ଶଙ୍ଖ, ଘଣ୍ଟା ଓ ମନ୍ତ୍ର ଧ୍ୱନିରେ ପରିବେଶ ପବିତ୍ରତାର ଅନୁଭୂତି ଦେଉଛି। ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ଆଜି ହେଉଛି ମହାନବମୀ ପୂଜା। ନବମ ଦିନର ଏହି ପୂଜା … Read more

ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ହେଉଛି ପାଳିତ

By – SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ … Read more

ପୂଜା ଆରମ୍ଭରୁ ଜାମ୍‌ରେ ଅଟକିଲା ଭୁବନେଶ୍ୱର, ସନ୍ଧ୍ୟାହେଲେ ରାଜଧାନୀର ପ୍ରମୁଖ ରାସ୍ତା ହେଉଛି ‘ଜାମ୍‌ସ୍ପଟ୍’

By -SUBHASMITA ସେପ୍ଟେମ୍ବର 29 2025 ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍‌ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍‌ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି । ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍‌ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ … Read more

ପଥର ତଳୁ ଜୀବନର ହକ୍ ୧୨ ଦିନର ପିଲାକୁ ମାରିବା ପ୍ରୟାସ, ତଥାପି ବଞ୍ଚିଲା :

By -SUBHASMITA ସେପ୍ଟେମ୍ବର 24 2025 ମଣିଷ ସମାଜର ନିଷ୍ଠୁରତାକୁ ପ୍ରକାଶ କରୁଥିବା ଏକ ହୃଦୟକମ୍ପାଇବା ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ। ମାତ୍ର ୧୨ ଦିନର ନବଜାତ ଶିଶୁକୁ ଅମଣିଷମାନେ ନିର୍ମମ ଭାବରେ ପାଟିରେ ଫେବିକ୍ବିକ୍ ମାରି, ପଥର ତଳେ ପୋତିଦେଇଥିଲେ। କିନ୍ତୁ ଅଶ୍ଚର୍ଯ୍ୟକରଭାବରେ ସେ ପିଲା ଜୀବନରେ ଫେରିଲା। ଘଟଣାଟି ବିଜୌଲିୟା ଉପଖଣ୍ଡର ସୀତାକୁଣ୍ଡ ଜଙ୍ଗଲରେ ଘଟିଥିଲା। କିଛି ଲୋକ ପିଲାର ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଥିଲେ ଏବଂ ପଥର ତଳେ … Read more