ଭାଙ୍ଗିଲେ ରେକର୍ଡ ଅମିତ ଶାହ:

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।ଅଗଷ୍ଟ ୪, ୨୦୨୫ ସୁଦ୍ଧା ଅମିତ ଶାହ ଗୃହମନ୍ତ୍ରୀ ଭାବରେ ୨,୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏହା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ୧୯ ମାର୍ଚ୍ଚ, ୧୯୯୮ରୁ ୨୨ ମେ’, ୨୦୦୪ ପର୍ଯ୍ୟନ୍ତ ମୋଟ ୨,୨୫୬ … Read more

ବାଦଲଫଟା ବର୍ଷା ଯେଗୁଁ ଆସିଲା ଭୟଙ୍କର ବନ୍ୟା :

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଲୋକମାନେ କିଛି ବୁଝିବା ପୂର୍ବରୁ ବିନାଶ … Read more

ଏକାଧିକ ସେନା ଯବାନ ନିଖୋଜ :

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ ନିକଟସ୍ଥ ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଥିବା ଜଣାପଡ଼ିଛି। ତେବେ ନିଜ ସୈନିକମାନେ ନିଖୋଜ ଥାଇ ମଧ୍ୟ ଭାରତୀୟ ସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସକ୍ରିୟ … Read more

ଫେରିବ ମାଧୁରୀ :

ମୁମ୍ବାଇ:ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ନନ୍ଦିନୀ ମଠକୁ ମାଧୁରୀ ଓରଫ ମହାଦେବୀ ହାତୀକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି। ରାଜ୍ୟ ସରକାର ଏହି ମାମଲାରେ ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ, ସରକାର ଏହି ମାମଲାରେ ମଠ ସହିତ ଅଛନ୍ତି ଏବଂ ମାଈ ହାତୀକୁ ଫେରାଇ ଆଣିବା ପାଇଁ ଏକ ସମୀକ୍ଷା ଆବେଦନ ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ … Read more

ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ :

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ।ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ କରେ, ତେବେ ଭାରତ ଉପରେ ଏହାର ଗୁରୁତର ପ୍ରଭାବ ପଡିପାରେ। ଭାରତ ଆମେରିକାକୁ ବର୍ଷକୁ ଅନେକ ବିଲିୟନ୍ ଡଲାର ମୂଲ୍ୟର ଔଷଧ ରପ୍ତାନି … Read more

ସ୍ଥାପିତ ହେବ ନୂଆ ମେଡିକାଲରେ କଲେଜ :

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଫୁଲବାଣୀର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ୍‌ ସିଟ୍‌ରେ ନାମ ଲେଖା ପାଇଁ ଅନୁମତି ପତ୍ର (ଏଲ୍‌ଓପି) ପାଇଁ ଅନୁରୋଧ କରିଛନ୍ତି।ଏହି ଦୁଇଟି ମେଡିକାଲ କଲେଜ ନୂଆଭାବେ ପ୍ରତିଷ୍ଠିତ ହୋଇଛି। ଏହି ଦୁଇ … Read more

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ :

ନବରଙ୍ଗପୁର: ସରୁନି ଦୁଃଖ । ପୁଣି ଖଟିଆରେ ବୁହା ହେଲେ ରୋଗୀ । ଖଟିଆରେ ବୁହାହୋଇ ଗଲେ ମୃତ ହୋଇକି ଫେରିଲେ । ମରଶରୀରକୁ ମଧ୍ୟ ଖଟିଆରେ ବୋହିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ହୋଇକି ଫେରିଲା ପରେ ମଧ୍ୟ ଶବକୁ ଦୁଇ କିଲୋମିଟର ବୁହାହୋଇଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ ।ମୈଦଲପୁର ପଞ୍ଚାୟତ ଜବାଗୁଡା ଗାଁର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କୁ … Read more

ଅଶାନ୍ତ ବାଣୀବିହାର:

ପିଟାପିଟି, ୫ରୁ ଅଧିକ ଆହତ, ଜଣେ ଗୁରୁତର :ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌। ପତିଆରା ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଛାତ୍ର, ଅଣଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ପରେ … Read more

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :

ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି … Read more

ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ :

ଭୁବନେଶ୍ୱର : ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନ ଠାରେ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ ଗୋଟି ପ୍ରବାସୀ ପ୍ରବଣ ବ୍ଲକରେ ସଚେତନତା ସୃଷ୍ଟି କରିବ ଏହି ରଥ । ଏଥିପାଇଁ ସରକାରଙ୍କ ଦ୍ଵାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି l … Read more