
By -SUBHASMITA Aug 31 2025
ଭୁବନେଶ୍ୱର : ରାଜ୍ୟରେ ଶିକ୍ଷାର ଗୁଣଗତ ଉନ୍ନତି, ଉଚ୍ଚଶିକ୍ଷାର ବିକାଶ ଓ ବୈଷୟିକ ଶିକ୍ଷାକୁ ଆଗେଇ ନେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶେଷ ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଚାଲିଥିଲା ।
ଏଥିରେ ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବୈଷୟିକ ଶିକ୍ଷାର ବିକାଶ ନୀତି ସହିତ, ସ୍ବାସ୍ଥ୍ୟ ଓ ଶିଳ୍ପ ମାଧ୍ୟମରେ ଶିକ୍ଷା ସହାୟକ ବ୍ୟବସ୍ଥାକୁ କିପରି ଆଗେଇ ନିଆଯାଇପାରିବ, ସେଥିପାଇଁ ମନ୍ତ୍ରଣା କରାଯାଇଥିବା ସୂଚନା ମିଳିଛି ।
ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
ଯଦିଓ ବୈଠକରେ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ କ’ଣ କ’ଣ ସ୍ଥିର ହେଲା, ସେଥିପାଇଁ ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ ।
Socialtalknews