ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ :

Talk Always Truth

୩୦ ପ୍ଲାଟୁନ୍ ପୁଲିସ୍ ମୁତୟନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
By – SUBHASMITA ସେପ୍ଟେମ୍ବର 17 2025
ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନକୁ ସୁଚାରୁ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁଲିସ୍ ଡିଜି ସ୍ୱୟଂ ସୁରକ୍ଷା ପ୍ରସ୍ତୁତିର ଯାଞ୍ଚ କରିଛନ୍ତି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ୍‌କୁ ମୁତୟନ କରାଯାଇଛି । ସହିତେ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାର୍ଡ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜିତ କରାଯାଇଛି ।
ସୁରକ୍ଷାକୁ ଆହୁରି କଡ଼ା କରିବା ପାଇଁ ବିଭିନ୍ନ ସ୍ଥାନରେ CCTV କ୍ୟାମେରା ଲଗାଯାଇଛି । ୫ଟି ଅସ୍ଥାୟୀ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସହିତ ୧୫୦ରୁ ଅଧିକ ଅଧିକାରୀ ପ୍ରତିଟି ସ୍ଥିତି ଉପରେ ନଜର ରଖିବେ ।
ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ତାହାର ଆସପାସରେ ବ୍ୟାରିକେଡିଂ ସହିତ ପୁଲିସ୍ ଛାଉଣି ସୃଷ୍ଟି କରାଯାଇଛି । ଲୋୟର ପିଏମଜି ଅଞ୍ଚଳରେ ୧୪୪ ଧାରା ଜାରି ହେବ ।
ବିଧାନସଭା ଓ ସମ୍ପର୍କିତ ସ୍ଥାନଗୁଡ଼ିକ CCTV ସରଭିଲାନ୍ସ ଓ ପୁଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page