ଭୁବନେଶ୍ବର ଓ ମୁମ୍ବାଇ ସବୁଠୁ ସୁରକ୍ଷିତ ସହର;

Talk Always Truth

କୋଲକାତା-ଦିଲ୍ଲୀ ସବୁଠୁ ଅସୁରକ୍ଷିତ
By- SUBHASMITA Aug 29 2025
ନୂଆଦିଲ୍ଲୀ: ନାରୀ ସୁରକ୍ଷା ବିଷୟରେ ଜାତୀୟ ରିପୋର୍ଟ ‘ନାରୀ–୨୦୨୫’ ଅନୁଯାୟୀ ଭୁବନେଶ୍ବର ଓ ମୁମ୍ବାଇ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଭାବରେ ପରିଚିତ ହୋଇଛି। ସେହିପରି କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି।
ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ୩୧ଟି ସହରର ୧୨,୭୭୦ ମହିଳାଙ୍କ ମତାମତ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଜାତୀୟ ମହିଳା କମିସନ୍‌ର ଅଧ୍ୟକ୍ଷା ବିଜୟା କିଶୋର ରାହତକର ଉନ୍ମୋଚନ କରିଛନ୍ତି।
ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୪ରେ ୭ ପ୍ରତିଶତ ମହିଳା ନିର୍ଯାତନାର ଶିକାର ହୋଇଥିଲେ, ଯେଉଁଥିରେ ୧୮-୨୪ ବର୍ଷ ବୟସର ମହିଳା ସବୁଠୁ ଅଧିକ ବିପଦରେ ଥିଲେ। ନିର୍ଯାତନାରେ ଅଶ୍ଳୀଳ ମନ୍ତବ୍ୟରୁ ଆରମ୍ଭ କରି ସ୍ପର୍ଶ ପର୍ଯ୍ୟନ୍ତ ଘଟଣା ସମିଲିଛି। ସୁରକ୍ଷାରେ ଭିତ୍ତିଭୂମିର ଅଭାବ, ଆଲୋକର ଅଭାବ ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ତ୍ରୁଟିକୁ ମୂଳ କାରଣ ଭାବେ ଉଲ୍ଲେଖ କରାଯାଇଛି।
ସହରଗୁଡ଼ିକ ମଧ୍ୟରେ କୋଲକାତା ଓ ଦିଲ୍ଲୀକୁ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ବୋଲି କୁହାଯାଇଛି। ରାଞ୍ଚି, ଶ୍ରୀନଗର ଓ ଫରିଦାବାଦକୁ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଚିହ୍ନଟ କରାଯାଇଛି।
ସର୍ଭେରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ନିଜର ଅଭିଜ୍ଞତାକୁ ଅଧିକାରୀଙ୍କୁ ଜଣାଇଥିବାବେଳେ, ୫୩ ପ୍ରତିଶତ ମହିଳା କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ବିରୋଧୀ ଆଇନ ବିଷୟରେ ଜାଣିନଥିବା ଦର୍ଶାଇଛନ୍ତି।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page