ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା – କେନ୍ଦ୍ର ସରକାରଙ୍କୁ ଦିଆଯିବ ରିପୋର୍ଟ :

By -SUBHASMITA ସେପ୍ଟେମ୍ବର 1 2025
ଭୁବନେଶ୍ୱର: ରାଜଧାନୀରେ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଆବଶ୍ୟକ, ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି ଯେ ଭୁବନେଶ୍ୱର ଏକ ମେଟ୍ରୋପଲିଟାନ୍‌ ସିଟି, ଏଠାରେ ମେଟ୍ରୋ ପରିବହନ ଆବଶ୍ୟକତା ଦିନକୁ ଦିନ ବଢ଼ୁଛି।
ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରକଳ୍ପ ଆରମ୍ଭ ପାଇଁ ସ୍ଥଳୀୟ ସମସ୍ୟା ଓ ଟ୍ରାଫିକ ବିଷୟରେ ଅନୁଧ୍ୟାନ ଚାଲିଛି। ଏହି ପାଇଁ ସରକାର ପୂର୍ବରୁ ଟେକ୍ନିକାଲ୍ ଟିମ୍‌ ଗଠନ କରିଛି ଯାହା ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତି ପରିଖ୍ୟା କରିବ। ପରେ ସେହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ।
ଭୁବନେଶ୍ୱର-କଟକ-ଖୋର୍ଦ୍ଧାକୁ ସଂଯୋଗ କରିବାକୁ ୬-ଲେନ୍‌ ରିଙ୍ଗ୍‌ ରୋଡ୍‌କୁ କ୍ୟାବିନେଟରେ ପୂର୍ବରୁ ଅନୁମୋଦନ ମିଳିଥିବାକୁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ସାରା ଓଡିଶାର ଯାତାୟାତରେ ସୁବିଧା ଆଣିବ।
“ନିର୍ଦ୍ଦିଷ୍ଟ ସମୟ କହିପାରିବିନି, କିନ୍ତୁ ଭୁବନେଶ୍ୱରରେ ମେଟ୍ରୋ ଆସିବା ନିଶ୍ଚିତ,” ବୋଲି କହିଛନ୍ତି ଉନ୍ନୟନ ମନ୍ତ୍ରୀ।
ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଇଚ୍ଛୁକ।
ଟେକ୍ନିକାଲ୍‌ ଟିମ୍‌ ସ୍ଥିତି ପରୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦେବ।
ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପରେ ମଧ୍ୟ ଅନୁମୋଦନ ମିଳିଛି।
ନିର୍ଦ୍ଦିଷ୍ଟ ସମୟ ନ ଥିଲେ ମଧ୍ୟ, ଭବିଷ୍ୟତରେ ମେଟ୍ରୋ ପ୍ରକଳ୍ପ ଆସିବ।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page