socialtalknews

ଏକାସାଙ୍ଗରେ ଚାଲିଗଲା ତିନି ଭାଇ ଙ୍କ ଜୀବନ

ଏକାସାଙ୍ଗରେ ଚାଲିଗଲା ୩ ଭାଇ ଙ୍କ ଜୀବନ ଅଧର୍ଯ୍ୟ ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ଘର । ସମସ୍ତଙ୍କ ଆଖିରେ ଝରିପଡ଼ୁଛି ଲୁହ ଆଉ ଛାତିରେ କୋହ । ଗୋଟେ ପଟେ ହରିନାମ ଶବ୍ଦକୁ ଆରପଟେ ତିନି ଭାଇ ଙ୍କ ମୃତଦେହକୁ ଧରି ଆଗେଇ ଚାଲିଥାନ୍ତି ଗାଁ ଭାଇ । ଏମିତି ଘଟଣା କେବେବି ଦେଖିନଥିବେ । ହଁ ଆଜ୍ଞା ହଁ ଆଜ୍ଞା ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ … Read more

ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜିଉ

ସରିଲା ରଥଟଣା । ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ । ଶରଧାବାଲିରେ ପହଞ୍ଚିଲେ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଭାଇ ଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିରରେ କାଳିଆ, ବଳିଆ, ସୁଭଦ୍ରା । ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ … Read more

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ରେ ରଥାରୂଢ଼ ଠାକୁରଙ୍କୁ ସୁବର୍ଣ୍ଣ ଖଡିକାରେ ଛେରାପହଁରା କରିଲେ ମହାରାଜା ଗଜପତି

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ | ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ରଥରେ ବିରାଜମାନ କରିଛନ୍ତି। ରଥାରୂଢ଼ ଠାକୁରଙ୍କୁ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି … Read more

ପ୍ରଧାନମନ୍ତ୍ରୀ ମୋଦି ନବୀନ ବାବୁ ଙ୍କ ସ୍ୱାସ୍ଥ୍ୟ ପାଇଁ ନିଜେ ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି

ବିଜୁ ଜନତା ଦଳ (ବିଜେଡି) ନେତା ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗତ କିଛିଦିନ ହେଲା ଦେହ ଅଶୁସ୍ଥ ହୋଇଛି | ସେଠିପାଇଁ ସେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆଡମିଟ ହୋଇଛନ୍ତି |ସେଥପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି | ସେ ଯେହେତୁ ଜୁନ ୨୨ରେ … Read more

୬୨୯ ବର୍ଷରେ ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗରେ ରଥଯାତ୍ରା ବ୍ୟାନ କଲେ ମମତା ବାନାଜୀ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ମହା ଧାର୍ମିକ ଉତ୍ସାହ ସହିତ ପାଳିତ 629 ବର୍ଷ ପୁରୁଣା ବାର୍ଷିକ ମହୋତ୍ସବ ମହିଷାଦଳର ଐତିହାସିକ ରଥ ମେଳା 2025 ରେ ବାତିଲ କରାଯାଇଛି, ଯାହା ଇତିହାସରେ ପ୍ରଥମ ଥର ପାଇଁ ରଥଯାତ୍ରା ହେବ ନାହିଁ ବୋଲି ଦର୍ଶାଉଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଳିଆଚକ I ସିଡି ବ୍ଲକର ଜଲାଲପୁର ସହରରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏକ ବଡ଼ ଝଟକା, ପୋଲିସ ଗତ 629 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ରଥ ମେଳା’ … Read more

ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି । ଲୋକସେବା … Read more

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ଆଉ ଜଣେ ଲାଞ୍ଚ ନେବା ବେଳେ ଧାରା ପଡ଼ିଲେ ଭିଜିଲାନ୍ସ ହାତରେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ | ସେ ହେଉଛନ୍ତି କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ । ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୧,୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ସମୟରେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ … Read more

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରାତି ପାହିଲେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା | ରଥଯାତ୍ରା ପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ। ସେପଟେ ରଥଯାତ୍ରା ପାଇଁ  ଆକାଶମାର୍ଗରୁ ନଜର ରହିଛ ପୁରୀ ସହର ଉପରେ | ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। … Read more

୨୫ ଜୁନ ଏମର୍ଜେନ୍ସିର ପଛର କାହାଣୀ

ଆଜି ହେଉଛି ଜୁନ ୨୫ , ୨୦୨୫ ଏହି ଜୁନ ୨୫ ତାରିଖରେ ଯାହା ଦେଶର ରାଜନୀତିକୁ ବଦଲାଇଦେଇଛି ଆଜି ଠାରୁ ଠିକ ୫୦ ବର୍ଷ ର ତଳର କଥା ଏଇ ଜୁନ ୨୫ ରେ ଭାରତରେ ଲାଗିଥିଲା ଜରୁରୀ କାଳୀନ । ଏହି ଜୁରୁରୀ ପରିସ୍ଥିତିକୁ 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି … Read more

ମହାକାଶ ମିଶନ ରେ ଗଲେ ଶୁଭାଂଶୁ ଶୁକ୍ଳା,

ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ … Read more