socialtalknews

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ଅପରେସନ ସିନ୍ଧୁ ଲୋକଙ୍କୁ ଘରକୁ ଫେରାଇ ଆଣୁଛି। ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଅପରେସନସିନ୍ଧୁ ଅଧୀନରେ ଇରାନରୁ ଉଦ୍ଧାର କରାଯାଇଥିବା ୧୧୦ ଜଣ ଭାରତୀୟ ଛାତ୍ର ଆର୍ମେନିଆର ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ସୁରକ୍ଷିତ ଭାବରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଇତିମଧ୍ଯରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ତେହେରାନରୁ ପ୍ରଥମ ପର୍ଯ୍ଯାୟରେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରି ଏକ ବିମାନ ନୂଆଦିଲ୍ଲୀରେ ଅବତରଣ … Read more

୬୦ ଦିନ ମଧ୍ୟରେ ବିମାନବନ୍ଦରର ଆଖ ପାଖ ଘର ଭାଙ୍ଗିବେ ମାଲିକ |

ଏଥର କମିବ ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା । ନୋଟିସ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବା ପରେ ୬୦ ଦିନ ମଧ୍ୟରେ ମାଲିକମାନଙ୍କୁ ଘରର ଉଚ୍ଚତା କମ କରିବାକୁ ହେବ । ଏଥି ସହ ଯେଉଁ … Read more

ପ୍ରଧାନମନ୍ତ୍ରୀ ମୋଦି କରିବେ ରୋଡ୍ ଶୋ

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ରୋଡ୍ ଶୋ’ରେ ଯାଇ ସେଠାରେ ଜନତା ମଇଦାନରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ରାତିରେ … Read more

ଝାଡ଼ାବାନ୍ତି ନେଇ ଲୋକସେବା ଭବନରେ ବସିଛି କେନ୍ଦ୍ରୀୟ ଟିମର ବଡ଼ ବୈଠକ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ … Read more

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା

ଗୋପାଳପୁରକୁ ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଆଜି ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ପୋଲିସ । ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ … Read more

ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ୨୦୨୪ ଜୁନ ୯ରେ ତୃତୀୟଥର ପାଇଁ ଶପଥ ନେଇଥିଲେ ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କ୍ରମାଗତ ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବକଲ୍ୟାଣର ସୁଫଳ ଲୋକଙ୍କୁ ମିଳୁଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ବଳରେ କ୍ରମାଗତ ତୃତୀୟଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଏହାପରେ ଜୁନ ୯ରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୨୦୪୭ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଦେଶରୁ ଗରିବୀ ହ୍ରାସ ପାଇଛି । ପିଏମ୍ ଆବାସ ଯୋଜନା, ପିଏମ୍ ଉଜ୍ଜ୍‌ଳା ଯୋଜନା, ଜନ ଧନ ଯୋଜନା, ଆୟୁଷ୍ମାନ ଯୋଜନା ଦ୍ବାରା ଅନେକ ଲୋକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା। ଏଥିସହ ସାମାଜିକ ନ୍ୟାୟର ଏକ ନୂଆ ପର୍ବ ଆରମ୍ଭ ହୋଇଛି । ଆତ୍ମନିର୍ଭର, ସଶକ୍ତ ଭାରତ ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବ କଲ୍ୟାଣର ସୁଫଳ ମିଳୁଛି । ଭିଜନ ୨୦୪୭କୁ ନେଇ କାମ କରୁଛନ୍ତି ସରକାର ।

ଗରିବୀ କମୁଛି

ବିଶ୍ବବ୍ୟାଙ୍କ ରିପୋର୍ଟରେ ଭାରତରେ ଗରିବଙ୍କ ସ୍ଥିତି ନେଇ ବଡ଼ ଖୁଲାସାଦେଶରେ 34 କୋଟିରୁ ସାଢେ ୭ କୋଟିକୁ ଖସିଛି ଅତ୍ୟନ୍ତ ଗରିବଙ୍କ ସଂଖ୍ୟାମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାରୁ ମିଲିଛି ସଫଳତା ମୋଦି ସରକାର ଶାସନକୁ ଆସିବା ପରେ ଗରିବ କଲ୍ୟାଣକୁ ଦେଇ ଆସିଛନ୍ତି ପ୍ରାଥମିକତା। ଯାହାର ସିଧା ପ୍ରତିଫଳନ ଦେଖିବାକୁ ମିଳିଛି ବିଶ୍ବ ବ୍ୟାଙ୍କ ରିପୋର୍ଟରେ। ଗତ ୧୧ ବର୍ଷରେ ଅନେକ ଗରିବ କଲ୍ୟାଣ ଯୋଜନା ଆଣିଛନ୍ତି ମୋଦି ସରକାର। ସେଥିମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଗରିବ … Read more