ସୁଜାତା ବବିଙ୍କ ଗଡ଼ରେ ରାଜ୍‌ କରୁଛନ୍ତି, ୨୯ ନିର୍ବାଚନରେ ପ୍ରାର୍ଥୀ ହେବା ସ୍ପଷ୍ଟ :

By – SUBHASMITA ସେପ୍ଟେମ୍ବର 25 2025 ଯାଜପୁର: ବିଜେଡିର ପୂର୍ବତନ ବିଧାୟକ ବବି ଦାସଙ୍କ ଗଡ଼ରେ ଏବେ ସୁଜାତାଙ୍କ ନିୟନ୍ତ୍ରଣ ବଢିଛି। ୨୪ ନିର୍ବାଚନରେ ବିଜେପି ଚକ୍ମା ଦେଲା ସତ୍ତ୍ୱେ, ବବିଙ୍କ ଗଡ଼ରେ ସୁଜାତା ଧୀରେ ଧୀରେ ପ୍ରଭାବଶାଳୀ ହେଉଛନ୍ତି। ୨୯ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ହୋଇଛି। ସୁଜାତା ନିଜର ସଂଗଠନକୁ ମଜବୁତ କରି, ବବିଙ୍କୁ ସାଇଡ୍‌ କରି ନିଜ ପୁରା ରଣନୀତି ତିଆରି କରୁଛନ୍ତି। ତାଙ୍କ … Read more

ଦୁର୍ଗାପୂଜା ପୂର୍ବରୁ ସୁନ୍ଦରୀକରଣ ଅଭିଯାନ, ଓଭରହେଡ୍ କେବୁଲ୍ ହଟାଉଛି ବିଏମସି :

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର : ଆସନ୍ତା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମସି) ସହର ସୁନ୍ଦରୀକରଣ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପାର୍ବଣ ସମୟରେ ବିପଦ ସୃଷ୍ଟି କରିପାରୁଥିବା କ୍ରିସ୍-କ୍ରସ୍‌ ଓଭରହେଡ୍ କେବୁଲ୍‌ଗୁଡିକୁ ହଟାଇବା ଏବେ ତିବ୍ର ଗତିରେ ଚାଲିଛି। ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି, “ଝୁଲିଥିବା କେବୁଲ୍‌ଗୁଡିକୁ ସଜାଡ଼ିବା ପାଇଁ ବିଶେଷ ହାଇଡ୍ରୋଲିକ୍ ସିଡ଼ି ବ୍ୟବହାର ହେଉଛି, କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ମଧ୍ୟ ଦିଆଯାଇଛି।” ସେହିପରି … Read more

କଲରଫୁଲ୍ କେକ୍‌ରେ ବିପଦ: କ୍ୟାନ୍ସର ଓ ହୃଦରୋଗ ଆଶଙ୍କା, ସରକାରୀ ରିପୋର୍ଟ ଚକିତ

By – SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ଜନ୍ମଦିନ ବା ବିବାହବାର୍ଷିକୀରେ କେକ୍‌ ବିନା ସେଲିବ୍ରେସନ୍‌ ଅସମ୍ଭବ। କିନ୍ତୁ ରଙ୍ଗୀନ କେକ୍‌ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ନବୀନତମ ରିପୋର୍ଟ ଅନୁସାରେ, ୨୩୫ଟି କେକ୍‌ ନମୁନା ମଧ୍ୟରୁ ୧୨ଟିରେ କ୍ଷତିକାରକ କୃତ୍ରିମ ରଙ୍ଗ — ଅଲ୍ଲୁରା ରେଡ୍, ସନସେଟ୍‌ ୟେଲୋ, ପୋନ୍ସେଉ ୪ଆର୍‌, ଟାର୍ଟ୍ରାଜିନ୍‌ ଓ କାର୍ମୋଏସିନ୍‌ — ମିଳିଥିଲା। ଏହି କେମିକାଲ୍‌ଗୁଡ଼ିକ କ୍ୟାନ୍ସର, ହୃଦରୋଗ, … Read more

ସିଏଜି ରିପୋର୍ଟରେ ଖୋଲିଦେଲା କେଳେଙ୍କାରୀ :ବିଶ୍ୱବିଦ୍ୟାଳୟରେ ଅନିୟମିତ ଟଙ୍କା ବ୍ୟୟ:

By -SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର :ସିଏଜିଙ୍କ ଅଡିଟ୍ ରିପୋର୍ଟରୁ ଜଣା ପଡ଼ିଛି ଯେ, ଉଚ୍ଚଶିକ୍ଷା ଖେତ୍ରକୁ ସୁଦୃଢ କରିବା ପାଇଁ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଅନିୟମିତ ଭାବରେ ବ୍ୟୟ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୧୫-୨୦ରେ ପାଇଥିବା ୧୮ କୋଟି ଟଙ୍କାରୁ ଅନେକ ଅଂଶ ଅନାବଶ୍ୟକ ସାଧନରେ ବ୍ୟୟ କରାଯାଇଛି—ଚାରିଟି ଡିଜି ସେଟ୍, ସାଇନ୍‌ବୋର୍ଡ, କୁଳପତିଙ୍କର ଡାଇନିଂ ଟେବୁଲ ଓ ସୋଫା। ୧.୩୮ କୋଟି ଟଙ୍କାର ୧୮୧ ଡେସ୍କଟପ୍ ଓ ୮୮ ଲ୍ୟାପ୍‌ଟପ୍ କିଣାଯାଇଥିଲା, ଯାହାର … Read more

୨୦୧୮-୨୩: ଆଦିବାସୀ ଉନ୍ନତି ପାଇଁ ମିଳିଥିବା ୧୭୦୯ କୋଟିରେ ୫୧୯ କୋଟି ବ୍ୟବହାର ହେଲା ନାହିଁ, ଅଧିକାରୀଙ୍କ ପକେଟ୍ ଗରମ — ସିଏଜି ରିପୋର୍ଟ

By -SUBHASMITA ସେପ୍ଟେମ୍ବର 25 2025 ଭୁବେନେଶ୍ୱର :ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ଆଦିବାସୀଙ୍କ ଉନ୍ନତି ପାଇଁ ୨୨ଟି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟ କରୁଛି। ସେଥିରୁ ୧୧ଟି ଆଇଟିଡିଏର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ୨୦୧୮ରୁ ୨୦୨୩ ମଧ୍ୟରେ ଏହି ୧୧ଟି ସଂସ୍ଥାକୁ ମୋଟ ୧୭୦୯ କୋଟି ୪୭ ଲକ୍ଷ ଟଙ୍କା ପାଠାଯାଇଥିଲା। ସମୀକ୍ଷାରୁ ଜଣାପଡିଛି ଯେ ଏଥିରୁ ୩୦% ଟଙ୍କା, ଅର୍ଥାତ ୫୧୯ କୋଟି ୩ ଲକ୍ଷ ଟଙ୍କା, … Read more

ଓଡ଼ିଶାରେ ବନ୍ୟା ଆଶଙ୍କା: ମହାନଦୀରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ଆସିବାର ସମ୍ଭାବନା :

By –SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଓ ପ୍ରବଳ ବର୍ଷାରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଆଶଙ୍କା ବଢ଼ିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ, ମହାନଦୀର ମୁଣ୍ଡୁଳୀରେ ୨୭ ସେପ୍ଟେମ୍ବର ସକାଳରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବାର ସମ୍ଭାବନା ରହିଛି। ଫଳରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ହେବ। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ କ୍ଷେତ୍ର ଅଧିକାରୀମାନେ ପ୍ରସ୍ତୁତ … Read more

ହୁସେନ-ନଓଵାଜଙ୍କ ଜୁଗଳବନ୍ଦୀରେ ପାକିସ୍ତାନର ବିଜୟ ଫାଇନାଲ୍‌ ଆଶା ଜୀବନ୍ତ :

By -SUBHASMITA ସେପ୍ଟେମ୍ବର 24 2025 ଆବୁଧାବି: ସୁପର–୪ର ଜୀବନ–ମୃତ୍ୟୁ ମୁକାବିଲାରେ ପାକିସ୍ତାନ ବଡ଼ ଜିତ ହାସଲ କରିଛି। ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ରେ ହରାଇ, ଫାଇନାଲ୍‌ ପାଇଁ ପାକିସ୍ତାନ ଆଶାକୁ ଜୀବନ୍ତ ରଖିଛି। ହୁସେନ ତଲତଙ୍କ ଅଲରାଉଣ୍ଡର ଖେଳ ଓ ମହମ୍ମଦ ନଓଵାଜଙ୍କ ଶାନ୍ତ–ସୁନିଶ୍ଚିତ ବ୍ୟାଟିଂ ଦଳକୁ ବିଜୟୀ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ଵିକେଟ୍‌ରେ ୧୩୩ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୫୦ ରନ ସହିତ ସର୍ବାଧିକ … Read more

ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :

By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍‌ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more

ପଥର ତଳୁ ଜୀବନର ହକ୍ ୧୨ ଦିନର ପିଲାକୁ ମାରିବା ପ୍ରୟାସ, ତଥାପି ବଞ୍ଚିଲା :

By -SUBHASMITA ସେପ୍ଟେମ୍ବର 24 2025 ମଣିଷ ସମାଜର ନିଷ୍ଠୁରତାକୁ ପ୍ରକାଶ କରୁଥିବା ଏକ ହୃଦୟକମ୍ପାଇବା ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ। ମାତ୍ର ୧୨ ଦିନର ନବଜାତ ଶିଶୁକୁ ଅମଣିଷମାନେ ନିର୍ମମ ଭାବରେ ପାଟିରେ ଫେବିକ୍ବିକ୍ ମାରି, ପଥର ତଳେ ପୋତିଦେଇଥିଲେ। କିନ୍ତୁ ଅଶ୍ଚର୍ଯ୍ୟକରଭାବରେ ସେ ପିଲା ଜୀବନରେ ଫେରିଲା। ଘଟଣାଟି ବିଜୌଲିୟା ଉପଖଣ୍ଡର ସୀତାକୁଣ୍ଡ ଜଙ୍ଗଲରେ ଘଟିଥିଲା। କିଛି ଲୋକ ପିଲାର ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଥିଲେ ଏବଂ ପଥର ତଳେ … Read more

ହୀରାକୁଦରେ ଖୋଲିଲା ୧୨ଟି ଗେଟ୍‌, ସମ୍ବଲପୁରରେ ଜଳମଗ୍ନ ଅଞ୍ଚଳ :

By – SUBHASMITA ସେପ୍ଟେମ୍ବର 24 2025 ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପୁଣିଥରେ ଗେଟ୍ ଖୋଲାଯାଇଛି। ବୁଧବାର ସକାଳେ ଅଧିକ ୪ଟି ଗେଟ୍ ଖୋଲାଯିବା ସହ, ବର୍ତ୍ତମାନ ୧୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସନ ହେଉଛି। ଏଥିରୁ ବାମ ପଟରେ ୮ଟି ଓ ଡାହାଣ ପଟରେ ୪ଟି ଗେଟ୍‌ ଖୋଲାଯାଇଛି। ଗତ କିଛି ଦିନ ଧରି ଉପରମୁଣ୍ଡ ଅଞ୍ଚଳରେ ଭାରି ବର୍ଷା ହେବାରୁ ହୀରାକୁଦରେ ଜଳ ପ୍ରବାହ ବହୁତ ବଢ଼ିଛି। ଏହି ପରିସ୍ଥିତିରେ ବନ୍ଧର … Read more