
By -SUBHASMITA ସେପ୍ଟେମ୍ବର 1 2025
ଏସସିଓ ସମ୍ମିଳନୀରେ ଭାରତ ଆଉଥରେ ବଡ଼ କୁଟନୈତିକ ସଫଳତା ହାସଲ କଲା । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମସ୍ତ ସଦସ୍ୟ ଦେଶ ଏକ ସ୍ୱରରେ ନିନ୍ଦା କଲେ । ଘୋଷଣାପତ୍ରରେ ପ୍ରଥମଥର ପାଇଁ ଆତଙ୍କବାଦ ବିରୋଧରେ କଡା ଭାବରେ ମତ ପ୍ରକାଶ ହେଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡା ମେସେଜ୍ରୁ ସମ୍ମିଳନୀରେ ଭାରତର ସ୍ଥିତି ସ୍ପଷ୍ଟ ହୋଇଗଲା ।
ସେପଟେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ସମସ୍ୟା ସମାଧାନରେ ଭାରତର ଭୂମିକାକୁ ଗୁରୁତ୍ୱ ଦେଲେ ଏବଂ ଚୀନ–ଭାରତ ପଦକ୍ଷେପକୁ ପ୍ରଶଂସା କରିଲେ । ସମ୍ମିଳନୀର ଶେଷ ଦିନରେ ମୋଦୀ, ପୁଟିନ୍ ଓ ଜିନ୍ପିଙ୍ଗ୍ ଏକାଠି ଦେଖାଦେବାକୁ ସାରା ବିଶ୍ୱରେ ବିଶେଷ ଚର୍ଚ୍ଚା ହେଲା ।
ତିଆନଜିନରେ ମୋଦୀ ଓ ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକରେ ଉର୍ଜା, ବ୍ୟବସାୟ ଓ ନିବେଶ କ୍ଷେତ୍ରରେ ଏକାଧିକ ଚୁକ୍ତି ହେବାକୁ ଥିବା ସୂଚନା ମିଳିଛି । ଆମେରିକାର ୫୦% ଟାରିଫ୍ ପ୍ରସଙ୍ଗରେ ଭାରତ–ଋଷର ବ୍ୟବସାୟିକ ସହଯୋଗୀତାକୁ ଆଗକୁ ବଢ଼ାଇବାକୁ ଦୁଇ ନେତାଙ୍କରୁ ସ୍ୱତନ୍ତ୍ର ରଣନୀତି ତିଆରି ହେବା ନିଶ୍ଚିତ ।
ଭାରତ–ଋଷ ସମ୍ପର୍କ ଏବେ ଅଧିକ ସୁଦୃଢ଼ ହେବା ସହ, SCO ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା ଭାରତର ବଡ଼ ବୈଦେଶିକ ବିଜୟ ଭାବେ ଗଣାଯାଉଛି ।
Socialtalknews