ଏସିଆ କପ ହକି:

Talk Always Truth

ସୁପର ଫୋରରେ ଦକ୍ଷିଣ କୋରିଆ ସହିତ ଭାରତର ମୁକାବିଲ

By -SUBHASMITA ସେପ୍ଟେମ୍ବର 3 2025
କଟକ, ସେପ୍ଟେମ୍ବର ୩ : ଏସିଆ କପ ହକିରେ ଭାରତ ଦମଦାର ଫର୍ମରେ ରହିଛି । ଲଗାତାର ଦୁଇଟି ମ୍ୟାଚରେ ଅପରାଜେୟ ରହିଥିବା ହରମନପ୍ରୀତଙ୍କ ଟିମ୍‌ ଆଜି ସୁପର ଫୋରରେ ଦକ୍ଷିଣ କୋରିଆଙ୍କ ସହିତ ହାଇ-ଭୋଲଟେଜ୍‌ ମୁକାବିଲାକୁ ପ୍ରସ୍ତୁତ ।
ଗ୍ରୁପ ମ୍ୟାଚରେ କୋରିଆର ପରିଣାମ ଭଲ ନଥିଲା । ସେମାନେ ୪-୧ ଗୋଲରେ ମାଲେସିଆଙ୍କୁ ହାରିଥିଲେ । ଭାରତ-କୋରିଆ ମଧ୍ୟରେ ଏପର୍ଯ୍ୟନ୍ତ ୨୧ଟି ମ୍ୟାଚ ହୋଇଥିବା ବେଳେ, ଭାରତ ୧୦ଟିରେ ବିଜୟ ହାସଲ କରିଛି, କୋରିଆ ୨ଟି ମ୍ୟାଚ୍‌ ଜିତିଛି, ଯେବେକି ୯ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି ।
ଭାରତର ସୁନିୟୋଜିତ ଖେଳ ଏବଂ ଆକ୍ରମଣାତ୍ମକ ଯୋଜନାରୁ କୋରିଆଙ୍କୁ ଦୃଢ଼ ପରୀକ୍ଷା ମୁହାଁ ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ କରାଯାଉଛି । ଆଜିର ମ୍ୟାଚ୍‌ରେ ଭାରତ ଜିତିଲେ, ଫାଇନାଲର ଦୁଆର ସ୍ପଷ୍ଟ ହେବ !

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page