ରାସ୍ତାରେ ମହିଳାଙ୍କ ମୃତ୍ୟୁ, ସୁସ୍ଥ୍ୟ ସେବା ପ୍ରତି ପ୍ରଶ୍ନଚିହ୍ନ”
By -SUBHASMITA ସେପ୍ଟେମ୍ବର 1 2025
ଜଗତସିଂହପୁର: ରୋଗୀ ସେବା ପାଇଁ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ବିନା ଚାଲିଥିବାକୁ ନେଇ ଏକ ମହିଳାଙ୍କ ମୃତ୍ୟୁ ଘଟିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ହୋଇଛି । ୫୮ ବର୍ଷୀୟ କମଳା ପଣ୍ଡା ଛାତି ବେଥାରେ ଅସୁସ୍ଥ ହେବା ପରେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟ ସ୍ଥିତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା ।
କିନ୍ତୁ ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ ସ୍ଥାନାନ୍ତର କାଳରେ ଅଧାରାସ୍ତାରେ ଅକ୍ସିଜେନର ଆବଶ୍ୟକତା ପଡିଲା । ସେତେବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ମହିଳାଙ୍କ ଜୀବନ ସମାପ୍ତ ହୋଇଗଲା ।
ଘଟଣାକୁ ନେଇ ଉତ୍ତେଜିତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ ଓ ପରେ ପୋଲିସ୍ ହସ୍ତକ୍ଷେପରେ ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି ।
ଅକ୍ସିଜେନ ସୁବିଧା ଆମ୍ବୁଲାନ୍ସରେ ରହିବା ବାଧ୍ୟତାମୂଳକ ହୋଇଥିବା ସତ୍ତେ କିପରି ବିନା ଅକ୍ସିଜେନରେ ଆମ୍ବୁଲାନ୍ସ ଚାଲିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଏହି ଘଟଣା ସୁସ୍ଥ୍ୟ ସେବା ପ୍ରଣାଳୀର ଗଭୀର ଅବବ୍ୟବସ୍ଥାକୁ ପ୍ରକାଶ କରିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।
Socialtalknews