Amazon Great Indian Festival: iPhone 15 ଓ Samsung S24 Ultra ମିଳିବ ଶସ୍ତାରେ, 80% ପର୍ଯ୍ୟନ୍ତ ରିହାତି :

By -SUBHASMITA ସେପ୍ଟେମ୍ବର 13 2025

ଭୁବନେଶ୍ୱର: ଇ-କମର୍ସ ଜାଇଆଣ୍ଟ୍ ଆମାଜନ୍ ଆଣୁଛି ବର୍ଷର ସବୁଠାରୁ ବଡ଼ ସେଲ୍ – ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭ୍ । ଏହା ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ, ଯଦିକି ପ୍ରାଇମ୍ ସଦସ୍ୟମାନେ ୨୨ ସେପ୍ଟେମ୍ବରରୁ ଏହାର ଆକ୍ସେସ୍ ପାଇପାରିବେ ।
କମ୍ପାନି ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଘରୋଇ ଉପକରଣ, ଫ୍ୟାଶନ୍ ସାମଗ୍ରୀ ଉପରେ ଭାରୀ ରିହାତି ଘୋଷଣା କରିଛି । ସ୍ମାର୍ଟଫୋନ୍‌ଗୁଡ଼ିକ ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟରେ, ଫ୍ୟାଶନ୍ ସାମଗ୍ରୀ ୮୦% ପର୍ଯ୍ୟନ୍ତ ରିହାତିରେ ଏବଂ ସ୍ମାର୍ଟ ଟିଭି ଓ ଘରୋଇ ଉପକରଣ ୬୫% ପର୍ଯ୍ୟନ୍ତ ଡିସକାଉଣ୍ଟରେ ଉପଲବ୍ଧ ହେବ ।
Samsung Galaxy S24 Ultra – ସବୁଠାରୁ କମ ମୂଲ୍ୟରେ
iPhone 15 – ସମ୍ଭବତଃ ₹50,000 ରୁ କମ୍
OnePlus 13R, iQOO Neo 10R, Redmi A4, Realme Narzo 80 Lite 5G – ବିଶେଷ ଅଫରରେ
ଆସନ୍ତା S25 Ultra 5G ଓ Xiaomi 15 Ultra – ବିଶେଷ ଡିଲ୍
ସ୍ମାର୍ଟଫୋନ୍‌ସହିତ, ଗ୍ରାହକମାନେ ଲାପଟପ୍, ୱାସିଂ ମେସିନ୍, ରେଫ୍ରିଜେରେଟର, ସ୍ମାର୍ଟ ଟିଭି ଭଳି ବିଭିନ୍ନ ପ୍ରିମିୟମ୍ ପ୍ରଡକ୍ଟ ମଧ୍ୟ ଶସ୍ତାରେ କିଣିପାରିବେ । ଫ୍ଲାଟ୍ ଡିସକାଉଣ୍ଟ୍ ସହିତ, ବ୍ୟାଙ୍କ ଅଫର୍, ଏକ୍ସଚେଞ୍ଜ ବୋନସ୍ ଏବଂ EMI ବିକଳ୍ପ ମଧ୍ୟ ଉପଲବ୍ଧ ରହିବ ।
ସେପ୍ଟେମ୍ବର ୧୭ରେ Amazon ସ୍ମାର୍ଟଫୋନ୍‌ର ବିଶେଷ ଅଫର ପ୍ରକାଶ କରିବା ପରେ ଅଧିକ ସ୍ପଷ୍ଟତା ମିଳିବ !

Socialtalknewe

Leave a Reply

Your email address will not be published. Required fields are marked *

You cannot copy content of this page