ସ୍ୱତନ୍ତ୍ର ଧରପକଡ଼ ଅଭିଯାନ ଆରମ୍ଭ”
By -SUBHASMITA 30 Aug 2025
ଭୁବନେଶ୍ୱର : ରାଜଧାନୀକୁ ନିଶାମୁକ୍ତ କରିବାକୁ ସରକାର ବଡ଼ ପଦକ୍ଷେପ ନେଇଛି । ସହରରେ ଡ୍ରଗ୍ସ ଓ ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟର ସେବନ, ବିକ୍ରି ଓ ଚୋରାଚାଲାଣ ଦ୍ରୁତଗତିରେ ବଢ଼ିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଧରପକଡ଼ ଅଭିଯାନ ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି ।
ଗତକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଗଲା । ବୈଠକରେ କ୍ରାଇମ ବ୍ରାଞ୍ଚ-ସିଆଇଡି, ରାଜ୍ୟ ପୁଲିସ, ଅବକାରୀ ବିଭାଗ, ବିଏମସି ଓ ଏନସିବିର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବା ପାଇଁ ଭିନ୍ନ ରଣକୌଶଳ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ସହିତ ଶିକ୍ଷାନୁଷ୍ଠାନ ଓ ତାହାର ଆଖପାଖ ଅଞ୍ଚଳରେ ସଚେତନତା ଅଭିଯାନ ଚାଲାଇ ଯୁବପିଢ଼ିକୁ ନିଶାରୁ ଦୂରେଇବା ପାଇଁ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।
ସରକାରୀ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ବିଶେଷ ଅଭିଯାନର ଲକ୍ଷ୍ୟ “ନିଶାମୁକ୍ତ ଭୁବନେଶ୍ୱର” ଗଢ଼ିତ କରିବା ।
Socialtalknews