By -SUBHASMITA ସେପ୍ଟେମ୍ବର 5 2025
ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ‘ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-2036’ ପୁସ୍ତିକା ପ୍ରଦାନ କରିଛନ୍ତି ।
ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ସୃଷ୍ଟି ଓ ଆଇଟି କ୍ଷେତ୍ରର ପ୍ରସାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦୁଇଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି
ସେହିପରି, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟି, ଓଡ଼ିଶାର ନଗର ଉନ୍ନୟନ ସମ୍ବନ୍ଧୀୟ ଭିଜନ ଡକ୍ୟୁମେଣ୍ଟ-2036 ସମର୍ପଣ କରିଛନ୍ତି ।
ଏହାପୂର୍ବରୁ, କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ଏହି ସମୟରେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜଳବାୟୁ ଅନୁକୂଳ ଯୋଜନା ଓ ବୃହତ୍ତର ବିକାଶ ସମ୍ବନ୍ଧୀୟ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ସକ୍ରିୟ ଦିଲ୍ଲୀ ଗସ୍ତ ଓଡ଼ିଶାର ବିଭିନ୍ନ କେନ୍ଦ୍ର ପ୍ରକଳ୍ପ ଓ ଭବିଷ୍ୟତ୍ ଭିଜନକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତବ୍ୟ କରାଯାଉଛି ।
Socialtalknews