ଭୁବନେଶ୍ୱରରେ ହାଇସ୍ପିଡ୍‌ ବୁଲେଟ୍‌ ଦୁର୍ଘଟଣା; ୨ ଯୁବକଙ୍କ ମୃତ୍ୟୁ

Talk Always Truth

By -SUBHASMITA Aug 21 2025
ଭୁବନେଶ୍ୱର,୨୧ ଅଗଷ୍ଟ ୨୦୨୫:
ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଚଳାଉଥିବା ବୁଲେଟ୍‌ ମୋଟରସାଇକେଲ୍‌ ଭୟାବହ ଦୁର୍ଘଟଣାରେ ପଡ଼ି, ୨ ଯୁବକଙ୍କ ଜୀବନ ହରାଇଛନ୍ତି।
ଘଟଣା ଗତରାତିରେ ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍‌ ମଧ୍ୟରେ କେ.ଭି.-୨ ପାଖରେ ଘଟିଛି। ବୁଲେଟ୍‌ର ବେଗ ଅଧିକ ଥିବାରୁ ହଠାତ୍ ସ୍ପିଡ୍‌ ବ୍ରେକର ଆସିଯିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ପ୍ରଥମେ ଇଲେକ୍ଟ୍ରିକ୍‌ ପୋଲ, ପରେ ଗଛ ଓ ପାର୍କିଂ ଥିବା କାର୍‌କୁ ଧକ୍କା ମାରିଥିଲା।
ଦୁର୍ଘଟଣା ସ୍ଥଳରେ ହିଁ ଦେବୀ ପ୍ରସାଦ ପରିଡା ଓ ଅନ୍ୱେସ ସତ୍ୟଦର୍ଶନ ଦାସ ନାମକ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଉଭୟ ଜଣେ ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ପୁଲିସ ସୂଚନା ଦେଇଛି।
ଘଟଣା ପରେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି !

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page