ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ :

By-SUBHASMiTA DT-17.1.2026
ଷଷ୍ଠରୁ ଦଶମ ପିଲାଙ୍କ ପାଇଁ ୧୦ଦିନ ବ୍ୟାଗମୁକ୍ତ ଶିକ୍ଷାଦାନ
ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି
ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ,  ଏହା ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ ଉପରେ ଆଧାରିତ ହେବ।  ରାଜ୍ୟର ପ୍ରାୟ ୧.୬୭ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ, ଯାହା ଦ୍ବାରା ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ। ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଦିନିଆ ବ୍ୟାଗ୍‌ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ : ରତ୍ନଭଣ୍ଡାର ଗଣତି ମଣତି ଉପରେ ହେବ ବିସ୍ତୃତ ଆଲୋଚନା
ଜନ୍ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଓ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଜାତୀୟ ଶିକ୍ଷା ନୀତି-୨୦୨୦ ଅଧୀନରେ ୫୫ଟି ନୂତନ ଏନ୍‌ସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ କରାଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶାର ୩ଟି ନୂତନ ବିଷୟ ଯଥା କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା ଏବଂ ଧନ୍ଦାମୂଳକ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ ହେଉଛି । ଏହି ବୈଠକରେ ୩୦ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷମାନେ ଆଭାସୀ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

socialtalknews

Leave a Comment