ଆଜି ମକର ସଂକ୍ରାନ୍ତି ଆସ୍ଥା ଓ ସଂସ୍କୃତିର ମହାନ ପର୍ବ:

By -SUBHASMITA Dt 14.1.2026

ଆଜି ମକର ସଂକ୍ରାନ୍ତି ଆସ୍ଥା, ପରମ୍ପରା ଓ ସଂସ୍କୃତିର ମହାନ ପର୍ବ
ଆଜି ସାରା ଓଡ଼ିଶା ସହିତ ସମଗ୍ର ଦେଶରେ ଭକ୍ତିମୟ ପରିବେଶ ମଧ୍ୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହିତ ଏହି ପବିତ୍ର ପର୍ବର ଆରମ୍ଭ ହୋଇଥାଏ। ଏହି ଦିନକୁ ହିନ୍ଦୁ ଧର୍ମରେ ବିଶେଷ ଶୁଭ ଓ ପୁଣ୍ୟଦାୟକ ଦିନ ଭାବେ ମଧ୍ୟ ଗଣାଯାଏ। ଏହା ପର୍ବ ନୁହେଁ, ଏହା ଓଡ଼ିଆ ସଂସ୍କୃତିର ଗରିମାକୁ ଉଜାଗର କରେ |
ଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ଦିନରୁ ଉତ୍ତରାୟଣ ଆରମ୍ଭ ହୁଏ। ଏହି ସମୟକୁ ଦେବତାଙ୍କ ଦିନ ଭାବେ ମନାଯାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦାନ, ଦାନ-ପୁଣ୍ୟ କଲେ ବହୁ ପୁଣ୍ୟ ଲାଭ ମିଳେ ବୋଲି ଧାରଣା ରହିଛି।
ଓଡ଼ିଶାରେ ମକର ସଂକ୍ରାନ୍ତିକୁ ଗ୍ରାମ ଓ ସହର ସମସ୍ତ ଜାଗାରେ ବଡ଼ ଧୁମଧାମରେ ପାଳନ କରାଯାଏ। ଏହି ଦିନ ମକର ଚାଉଳ, ଛେନା ପୋଡ଼, ଅରିସା ପିଠା, କାକରା ପିଠା, ମୁଆଁ ଓ ଖଇ-ଗୁଡ଼ ଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଏ। ଘରେ ଘରେ ଅତିଥି ସ୍ୱାଗତ ସହିତ ମିଠା ବଣ୍ଟନ କରାଯାଏ।
ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ବିଭିନ୍ନ ମନ୍ଦିରରେ ବିଶେଷ ପୂଜା ଓ ଭୋଗ ଲାଗି ହୋଇଛି। ଭୋରୁ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ମକର ଚାଉଳ ଭୋଗ ଲାଗି ସହିତ ଦେବଦର୍ଶନ ପାଇଁ ଭକ୍ତମାନେ ଦୀର୍ଘ ଧାରିରେ ଦାଣ୍ଡାଇଛନ୍ତି।ଏହି ଦିନ ଲୋକମାନେ ପୁରୁଣା ଦୁଃଖ, ମନମାଳିନ୍ୟ ଭୁଲି ନୂଆ ଆଶା ଓ ସକାରାତ୍ମକତା ସହ ଆଗକୁ ବଢ଼ିବାର ସଂକଳ୍ପ ନେଇଥାନ୍ତି।
ମକର ସଂକ୍ରାନ୍ତି କୃଷକମାନଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ନୂଆ ଧାନ ଘରକୁ ଆସିବା ସହିତ କୃଷକମାନେ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତି ଓ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି।
ମକର ସଂକ୍ରାନ୍ତି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ମନ୍ଦିର ଓ ଜନସମାଗମ ସ୍ଥଳରେ ପୋଲିସ ମୁତୟନ ମଧ୍ୟ କରାଯାଇଛି।
ମକର ସଂକ୍ରାନ୍ତି ଆମକୁ ଆଲୋକ, ଆଶା ଓ ସମନ୍ୱୟର ପଥ ଦେଖାଏ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ନେଇଆସୁଏହାହିଁ ସାର୍ବଜନୀନ କାମନା।

socialtalknews

Leave a Comment