by-SUBHASMITA dt- 13 1 2026
ଚଳିତ ବର୍ଷ ଚାଷୀ ଖରିଫ ଧାନ ମଣ୍ଡି ରେ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ଆସିଛି। ହେଲେ ମିଲର୍ ଙ୍କ ଧର୍ମଘଟ ଯୋଗୁଁ ଚାଷୀ ର ଟୋକନ ଆଉ କିଛି ଦିନ ପରେ ରଦ ହୋଇଯିବ। ତେବେ ଚାଷୀ ର ଟୋକୋନ ବାତିଲ ହୋଇ ଗଲେ ମଣ୍ଡି ରେ ଧାନ ଦେବା ମୁସ୍କିଲ ହୋଈ ପଡ଼ିବ। ଟୋକୋନ ଆସିବା ପରେ ଚାଷୀ ମଣ୍ଡି ରେବସ୍ନା ବସ୍ତା ଧାନ ଗଦା କରି ରାତି ଅନିଦ୍ରା ହୋଇ ଜଗି ରହୁଛି। ଜମିରେ ବାରହା ମାନ ଙ୍କ ଦାଉରୁ ବଞ୍ଚାଇ ସାଇତ ରଖ୍ ମଣ୍ଡି ରେ ରଖୁବା ବେଳେ ଶଣ୍ଢ ଓ ଗାଈ ଙ୍କୁ ଜଗି ବାକୁ ପଡୁଛି। ମିଲର ଆସୁ ନାହିଁ କି ଧାନ ସଂଗ୍ରହ କରି ପାରୁ ନାହିଁ।
ଚଳିତ ବର୍ଷ ବାଙ୍କୀ ଉପଖଣ୍ଡ ଅଞ୍ଚଳ ରେ ୪୮ ଗୋଟି ସେବା ସମବାୟ ସମିତି ସହିତ ଦୁଇଟି ମହିଳା ସଂୟ ସହାୟିକା ଗୋଷ୍ଠୀ କୁ ଧାନ ସଂଗ୍ରହ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଗତ ଡ଼ିସେମ୍ବର ମାସ ୨୬ ତାରିଖ ରେ ପ୍ରଥମେ ଅତି ତରବରିଆ ଭାବେ ପାଥପୁର ସେବା ସମବାୟ ସମିତି ରେ ମାତ୍ର ୪ ଜଣ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ କରା ଯାଇ ଶୁଭାରମ୍ଭ ହୋଇଥିଲା। ତା ପର ଠାରୁ ଧାନ ମଣ୍ଡି ଖୋଲିବାର ନାଆଁ ଧରୁନୀ ନିଯୁକ୍ତି ପ୍ରାପ୍ତ ମିଲର ଙ୍କ ଦେଖା ନାହିଁ । ସେ ପଟେ ଚାଷୀ ଟୋକୋନ ପାଇ ସମିତି ବାରଣ୍ଡା ରେ ଧାନ ବସ୍ତା ରଖ୍ ଚାହିଁ ବସିଛି ମିଲର ର ଗାଡ଼ିକୁ। ନା ଆସୁଛି ମିଲର ନା ଉଠାଣ କରୁଛି ଧାନ। ଚାଷୀ ମାନଙ୍କ ମୋବାଇଲ କୁ ମେସେଜ ଆସି ବାତିଲ ହେବାକୁ ଯାଉଛି ହେଲେ ଆସୁନି ମିଲର।
socialtalknews