ବୋମା ଖାଇ ମାଆ ହେଲା ରକ୍ଷାକବଚ :

By-SUBHASMITA Dt 5.1.2026
କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇଲା ଗୋମାତା
କିଛି ସମୟର ଅସାବଧାନତା ଓ କିଛି ଅମଣିଷର ଘୃଣ୍ୟ କାର୍ଯ୍ୟ…
ଆଉ ସେଇ ମୁହୂର୍ତ୍ତରେ ଦେଖା ଦେଲା ମାଆ ହେବାର ଅସଲ ଅର୍ଥ | ସତରେ ମା ଶଦ୍ଧ ଟି ନିଆରା | ମା
ବିନା ଜଗତ ହିଁ ଶୁନ୍ୟ |ଗୋଟେ ମା ପାଇଁ ତା ଛୁଆ ହିଁ ସବୁକିଛି |ସେ ପଶୁ ହଉକି ମାନବ ସମସ୍ତଙ୍କ ମନରେ ଥାଏ ଆଧର ସେହ୍ନ ଓ ଉଦାରତା |
ଫୁଣି ଦେଖିବାକୁ ମିଳିଛି ଏକ ଆଦରତାରପୂଣ୍ୟ ଦୃଶ୍ୟ ଯିଏ ଦେଖୁଚି ଆଖି ଛଳଛଳ କରିଦେଉଛି ଆଉ ସାରା ସମାଜକୁ କାନ୍ଦାଇ ଦେଇଛି ଏହି ଦୃଶ୍ୟ |ଏବ
ମୁଁହରୁ ବାହାରୁଛି
ଆହା… କେଡେ ବିଚାର! ଆମେ କହୁଚୁ
ନୂଆବର୍ଷ ଦିନ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ମାଇଛେଳି ଗ୍ରାମ ।
ଏକ ଖୋଲା ଜାଗାରେ କୁନି କୁନି ପିଲାମାନେ ହସୁଥିଲେ,
ନିର୍ମଳ ହସରେ ଗୁଞ୍ଜୁଥିଲା ପରିବେଶ। କିନ୍ତୁ କାହାକୁ ଜଣା ନଥିଲା ସେଇ ଜାଗାରେ ଦୁର୍ବୃତ୍ତମାନେ ମୃତ୍ୟୁକୁ ଚୁପଚାପ ଲୁଚାଇ ରଖିଥିଲେ।
ହଁ ଆଂଜ୍ଞା ସେଠି ଦୁର୍ବୃତ୍ତଙ୍କ ଦ୍ୱାରା ରଖାଯାଇଥିବା ଏକ ବିସ୍ଫୋରକକୁ
ଖାଦ୍ୟ ଭାବି ଚୋବାଇ ଦେଇଥିଲା ଏକ ନିରୀହ ଗୋମାତା
ସେଇ ମୁହୂର୍ତ୍ତରେ
ମୃତ୍ୟୁ କୁନି କୁନି ପିଲାଙ୍କୁ ଛୁଇଁପାରିଲା ନାହିଁ। ନିଜ ଉପରକୁ ସମସ୍ତ ବିପଦ ଟାଣିନେଇ ଗୋମାତା ରକ୍ଷା କରିଦେଲା ଅନେକ ନିର୍ଦ୍ଦୋଷ ଜୀବନ।
ଗୁରୁତର ଆହତ ଅବସ୍ଥାରେ ଦିନକୁ ଦିନ ଖାଇବା–ପିଇବା ବିନା ନୀରବରେ ସହିଗଲା ଅସହ୍ୟ ଯନ୍ତ୍ରଣା ନା କୌଣସି ଅଭିଯୋଗ,
ନା କୌଣସି ଆହ୍ୱାନ। |ନିଜ ଭିତର ସମସ୍ତ କଷ୍ଟ ଯନ୍ତଣା କୁ ଚାପି ଦେଲା ଗୋମାତା |ଏହି ଦୃଶ୍ୟ
ସମସ୍ତଙ୍କ ହୃଦୟକୁ କମ୍ପାଇ ଦେଉଚି |
ମୁହଁ ଭିତରେ ହିଁ ହେଲା ଭୟଙ୍କର ବିସ୍ଫୋରଣ।ରକ୍ତାକ୍ତ ହୋଇଗଲା ମୁହଁ |ଜିଭ ଝୁଲି ପଡ଼ିଲା ସୁନ୍ଦର ମୁହଁଟି ହୋଇଗଲା ବିକୃତ
କିନ୍ତୁ ସେଇ ମୁହୂର୍ତ୍ତରେ ମୃତ୍ୟୁ ଛୁଇଁପାରିଲା ନାହିଁ କୁନି ପିଲାଙ୍କୁ।ଗୋମାତା ନିଜ ଉପରକୁ ବିପଦକୁ ଟାଣିନେଇ ରକ୍ଷା କରିଦେଲା ଅନେକ ନିର୍ଦ୍ଦୋଷ ଜୀବନ ।
ଖବର ପାଇ ସ୍ଥାନୀୟ ଲୋକେ ଦୌଡ଼ିଆସିଲେ।ଗୋମାତାକୁ ଉଦ୍ଧାର କରି କଟକ ଜଗତପୁର ସ୍ଥିତ
ଶିବଶକ୍ତି ଗୋସେବା ଆଶ୍ରମକୁ ନେଇଯାଇଥିଲେ। ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଗୋମାତା ସୁସ୍ଥ ଅଛି।
ଆଶ୍ରମର ସଦସ୍ୟମାନେ ମାଆ ପରି ଯତ୍ନ ନେଉଛନ୍ତି।
ନିଜେ କଷ୍ଟ ପାଇ ଅନ୍ୟଙ୍କ ଜୀବନ ବଞ୍ଚାଇଦେବା ଏହା ହିଁ ମାଆ ହେବାର ମହାନତା।
ତେବେ ଏଠି ବଡ ପ୍ରଶ୍ନ ତା
ଯଦି ସେଇ ଗୋମାତା ନଥାନ୍ତା,…
ଆଜି କେତେ କୁନି ଜୀବନ
ନିର୍ବାପିତ ହୋଇଯାଇଥାନ୍ତା?

Socialtalknews

Leave a Comment