By Shubhasmita | October 11, 2025
ଭୁବନେଶ୍ୱର, ୧୧ ଅକ୍ଟୋବର: ଆସନ୍ତା ରବିବାର, ଅକ୍ଟୋବର ୧୨ରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଦ୍ୟାପିତ ହେବ ରାଷ୍ଟ୍ରୀୟ ପୋଲିଓ ଦିବସ। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ।
ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ପୋଲିଓ ଟିକାର ଦୁଇ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଅନୁରୋଧ କରିଛି ଯେ, ସମସ୍ତ ଅଭିଭାବକ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଓ ଟିକାକରଣ ଶିବିରକୁ ନିଜ ଶିଶୁଙ୍କୁ ନେଇଯାଇ ଟିକା ପ୍ରଦାନ କରନ୍ତୁ।
ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଏହି ଅଭିଯାନ ଦେଶରୁ ପୋଲିଓ ରୋଗକୁ ସମ୍ପୂର୍ଣ୍ଣ ନିରାକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ସଚେତନ ଅଭିଭାବକମାନେ ଯଦି ସମୟରେ ଶିଶୁଙ୍କୁ ପୋଲିଓ ଟିକା ଦିଆନ୍ତି, ତେବେ ଭବିଷ୍ୟତର ଏକ ସୁସ୍ଥ ଓ ପୋଲିଓମୁକ୍ତ ଭାରତ ଗଢ଼ି ଉଠିପାରିବ।
Socialtalknews