By- SUBHASMITA oct 11 2025
ଭୁବନେଶ୍ୱର, 11 ଅକ୍ଟୋବର 2025 —
ଓଡ଼ିଶା ରାଜନୀତିରେ ପୁଣି ଏକ ନୂତନ ତରଙ୍ଗ ତିଆରି କରିଛନ୍ତି ଶ୍ରୀମୟୀ ମିଶ୍ର । ତାଙ୍କ ନୂଆ ଟୁଇଟ୍ ସୋସିଆଲ ମିଡିଆରେ ତେଜ ଚର୍ଚ୍ଚା ଜନମାଇଛି । ପରୋକ୍ଷ ଭାବେ ସେ ପୁଣି ଭଣ୍ଡ ସନ୍ନ୍ୟାସୀଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ଉଠିଛି ।
ତାଙ୍କ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି — “କର୍ମୀ ବସିଛନ୍ତି ଅନେଇ… ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ… ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ ଭୟଙ୍କର । କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ, ବୁଝିଯିବେ।”
ଏହି ପୋଷ୍ଟ ପରେ ନେଟିଜେନ୍ମାନେ ଭିନ୍ନ ମତ ଦେଉଛନ୍ତି — କିଏ କହୁଛନ୍ତି ଶ୍ରୀମୟୀ ସତ୍ୟ କହିଛନ୍ତି, ତ ଅନ୍ୟେ କହୁଛନ୍ତି ସେ ନିଜ ରାଜନୀତିକ ସ୍ଥିତିକୁ ମଜବୁତ କରିବାକୁ ଏହି ଟୁଇଟ୍ କରିଛନ୍ତି ।
ଏପଟେ ନୂଆପଡା ଉପନିର୍ବାଚନ ପୂର୍ବରୁ ରାଜନୀତିକ ଚଞ୍ଚଳତା ବଢ଼ିବାରେ, ଏହି ପୋଷ୍ଟକୁ ନେଇ ଆଉ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି, ବିଜେଡି ଓ କଂଗ୍ରେସ — ତିନୋଟି ଦଳରେ ପ୍ରାର୍ଥୀ ଚୟନ ନେଇ ଗୋପନ ସମୀକରଣ ଚାଲିଥିବା ସମୟରେ, ଶ୍ରୀମୟୀଙ୍କ ଏହି ଟୁଇଟ୍ ରାଜନୀତିକ ଉତ୍ସୁକତାକୁ ଆଉ ବଢ଼ାଇଛି ।
ସମୟ କହିବ, ଏହି ଟୁଇଟ୍ କାହାକୁ ଲକ୍ଷ୍ୟ କରି ହୋଇଥିଲା — କିନ୍ତୁ ଏକ କଥା ସ୍ପଷ୍ଟ, ଶ୍ରୀମୟୀ ମିଶ୍ର ପୁଣି ଥରେ ରାଜନୀତିକ ଚର୍ଚ୍ଚାର ମୁଖ୍ୟକେନ୍ଦ୍ରରେ ।
Socialtalknews