ପାକିସ୍ତାନକୁ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍ ବିଜୟୀ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କରୁ ଅଭିନନ୍ଦନ

By- SUBHASMITA ସେପ୍ଟେମ୍ବର 29 2025

ଦୁବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟ୍‌ରେ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍‌ ଜିତିଛି। ୧୪୭ ରନର ଲକ୍ଷ୍ୟକୁ ୨ଟି ବଲ ବାକି ଥିବାବେଳେ ଟିମ୍‌ ଇଣ୍ଡିଆ ହାସଲ କରିଥିଲା।
ତିଳକ ବର୍ମା ୫୩ ବଲ୍‌ରୁ ୬୯* ରନ୍‌ର ଅବିଜିତ ଇନିଂସ ଖେଳି ଦଳକୁ ବିଜୟରେ ପହଞ୍ଚାଇଥିଲେ। ସଂକଟ ସମୟରେ ସଂଜୁ ସାମସନ ଓ ଶିବମ ଦୁବେଙ୍କ ସହିତ ତାଙ୍କର ମହତ୍ୱପୂର୍ଣ୍ଣ ସାଥିଚାଳିଥିଲା। ଶେଷରେ ରିଙ୍କୁ ସିଂ ଚୌକା ମାରି ଭାରତକୁ ବିଜୟ ଉପହାର ଦେଇଥିଲେ।
ଏହି ବିଜୟକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, “ଦଳ କୌଣସି ମ୍ୟାଚ୍ ହାରିନଥିବା ଏକ ବଡ଼ ସଫଳତା। ମୋର ହାର୍ଦ୍ଦିକ ଅଭିନନ୍ଦନ।”
ପ୍ରଧାନମନ୍ତ୍ରୀ ମୋଦୀ ଟିମ୍‌ର ଜୋଷକୁ “ଅପରେସନ ସିନ୍ଦୂର” ବୋଲି ବର୍ଣ୍ଣନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ଉତ୍ସବ ଋତୁ ପୂର୍ବରୁ ଦଳର ବିଜୟ ଆମକୁ ଅତ୍ୟନ୍ତ ଗର୍ବିତ କରିଛି।”
ଏହି ବିଜୟ ସହିତ ଟିମ୍‌ ଇଣ୍ଡିଆ ପୁଣିଥରେ ଏସିଆରେ ନିଜର ପ୍ରାଭୁତ୍ବ ସ୍ଥାପନ କରିଛି।

Socialtalknews

Leave a Comment