ଦୁର୍ଗାପୂଜା ପୂର୍ବରୁ ସୁନ୍ଦରୀକରଣ ଅଭିଯାନ, ଓଭରହେଡ୍ କେବୁଲ୍ ହଟାଉଛି ବିଏମସି :

By – SUBHASMITA ସେପ୍ଟେମ୍ବର 25 2025
ଭୁବନେଶ୍ୱର :
ଆସନ୍ତା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମସି) ସହର ସୁନ୍ଦରୀକରଣ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ପାର୍ବଣ ସମୟରେ ବିପଦ ସୃଷ୍ଟି କରିପାରୁଥିବା କ୍ରିସ୍-କ୍ରସ୍‌ ଓଭରହେଡ୍ କେବୁଲ୍‌ଗୁଡିକୁ ହଟାଇବା ଏବେ ତିବ୍ର ଗତିରେ ଚାଲିଛି।
ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି, “ଝୁଲିଥିବା କେବୁଲ୍‌ଗୁଡିକୁ ସଜାଡ଼ିବା ପାଇଁ ବିଶେଷ ହାଇଡ୍ରୋଲିକ୍ ସିଡ଼ି ବ୍ୟବହାର ହେଉଛି, କର୍ମଚାରୀଙ୍କୁ ସୁରକ୍ଷା କିଟ୍‌ ମଧ୍ୟ ଦିଆଯାଇଛି।”
ସେହିପରି ସହରର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବେଆଇନ ଓ ଅନୁମୋଦିତ ହୋର୍ଡିଂ‌ଗୁଡିକୁ ମଧ୍ୟ ବିଏମସି ହଟାଇ ଦେଉଛି। ହଟାଯାଇଥିବା ହୋର୍ଡିଂ‌ର ଫ୍ରେମ୍ ଓ ସମ୍ପୃକ୍ତ ସାମଗ୍ରୀକୁ ନିଲାମ କରାଯିବ।
ପାର୍ବଣ ସମୟରେ ଭାରୀ ଭିଡ଼ ଓ ବର୍ଷାର ସମ୍ଭାବନାକୁ ଧ୍ୟାନରେ ରଖି, ସୁରକ୍ଷା ଓ ସୁନ୍ଦରୀକରଣ — ଦୁଇଟି ଲକ୍ଷ୍ୟକୁ ସାଥୀ କରି ଅଭିଯାନ ଚାଲିଛି।

Socialtalknews

Leave a Comment