କଲରଫୁଲ୍ କେକ୍‌ରେ ବିପଦ: କ୍ୟାନ୍ସର ଓ ହୃଦରୋଗ ଆଶଙ୍କା, ସରକାରୀ ରିପୋର୍ଟ ଚକିତ

By – SUBHASMITA ସେପ୍ଟେମ୍ବର 25 2025
ଭୁବନେଶ୍ୱର:
ଜନ୍ମଦିନ ବା ବିବାହବାର୍ଷିକୀରେ କେକ୍‌ ବିନା ସେଲିବ୍ରେସନ୍‌ ଅସମ୍ଭବ। କିନ୍ତୁ ରଙ୍ଗୀନ କେକ୍‌ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ।
କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ନବୀନତମ ରିପୋର୍ଟ ଅନୁସାରେ, ୨୩୫ଟି କେକ୍‌ ନମୁନା ମଧ୍ୟରୁ ୧୨ଟିରେ କ୍ଷତିକାରକ କୃତ୍ରିମ ରଙ୍ଗ — ଅଲ୍ଲୁରା ରେଡ୍, ସନସେଟ୍‌ ୟେଲୋ, ପୋନ୍ସେଉ ୪ଆର୍‌, ଟାର୍ଟ୍ରାଜିନ୍‌ ଓ କାର୍ମୋଏସିନ୍‌ — ମିଳିଥିଲା। ଏହି କେମିକାଲ୍‌ଗୁଡ଼ିକ କ୍ୟାନ୍ସର, ହୃଦରୋଗ, ଅଜୀର୍ଣ୍ଣ, ଆଲର୍ଜି ଏବଂ ପାଚନ ସମସ୍ୟାର ମୁଖ୍ୟ କାରଣ।
ସେହିପରି, ବଜାରରେ ମିଳୁଥିବା ପ୍ୟାକେଟ୍‌ କେକ୍‌ରେ ଟ୍ରାନ୍ସ ଫ୍ୟାଟ୍‌ ଓ ହାଇଡ୍ରୋଜେନେଟେଡ୍‌ ତେଲ ବ୍ୟବହାର ହେଉଛି, ଯାହାକୁ ବିଶେଷଜ୍ଞମାନେ “slow poison” ବୋଲି ବର୍ଣ୍ଣନା କରିଛନ୍ତି। ଏହା ଦୀର୍ଘସ୍ଥାୟୀ ଭାବରେ ହୃଦୟ ଓ ଇମ୍ୟୁନିଟିକୁ ଦୁର୍ବଳ କରିଦିଏ।

Socialtalknews

Leave a Comment