ପଥର ତଳୁ ଜୀବନର ହକ୍ ୧୨ ଦିନର ପିଲାକୁ ମାରିବା ପ୍ରୟାସ, ତଥାପି ବଞ୍ଚିଲା :

By -SUBHASMITA ସେପ୍ଟେମ୍ବର 24 2025

ମଣିଷ ସମାଜର ନିଷ୍ଠୁରତାକୁ ପ୍ରକାଶ କରୁଥିବା ଏକ ହୃଦୟକମ୍ପାଇବା ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ। ମାତ୍ର ୧୨ ଦିନର ନବଜାତ ଶିଶୁକୁ ଅମଣିଷମାନେ ନିର୍ମମ ଭାବରେ ପାଟିରେ ଫେବିକ୍ବିକ୍ ମାରି, ପଥର ତଳେ ପୋତିଦେଇଥିଲେ। କିନ୍ତୁ ଅଶ୍ଚର୍ଯ୍ୟକରଭାବରେ ସେ ପିଲା ଜୀବନରେ ଫେରିଲା।
ଘଟଣାଟି ବିଜୌଲିୟା ଉପଖଣ୍ଡର ସୀତାକୁଣ୍ଡ ଜଙ୍ଗଲରେ ଘଟିଥିଲା। କିଛି ଲୋକ ପିଲାର ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଥିଲେ ଏବଂ ପଥର ତଳେ ପୋତିଥିଲେ। ପିଲାର କାନ୍ଦନିରେ ଅଞ୍ଚଳରେ ଗାଈ ଚରାଇଥିବା ଜଣେ ଜଗାଳି ସତର୍କ ହୋଇ, ପଥର କାଢିବା ସହିତ ପିଲାକୁ ବାହାର କରିଥିଲେ।
ସେ ତୁରନ୍ତ ଗ୍ରାମବାସୀଙ୍କୁ ଡାକି, ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପିଲାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତରଙ୍କ କହିବା ଅନୁସାରେ, ପିଲାର ସ୍ୱାସ୍ଥ୍ୟାବସ୍ଥା ଧୀରେ-ଧୀରେ ସୁଧାରୁଛି।
ଏହି ଅମାନବିକ କାର୍ଯ୍ୟରେ କିଏ ଜଡିତ, ସେଥିପାଇଁ ପୁଲିସ ଛାନବିନ୍ କରୁଛି।
ମଣିଷର କାନ୍ଦକୁ ନିର୍ବାପିବାକୁ ପଥର ରଖାଗଲା, କିନ୍ତୁ ତାହାକୁ ଛିଡ଼ି ଜୀବନର ସ୍ୱର ବାହାରିଲା। ସତରେ, ଜୀବନକୁ ବଞ୍ଚାଇବାର ଶକ୍ତି କେବଳ ଉପରବାଲାଙ୍କ ପାଖରେ ଅଛି।

Socialtalknews

Leave a Comment