By -SUBHASMITA ସେପ୍ଟେମ୍ବର 20 2025
ଭୁବନେଶ୍ୱର: ଓଡ଼ିଶାରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକୁ ପୁଣି ଖୋଲିବାକୁ ସରକାର ସିଦ୍ଧାନ୍ତ ନେଇଛି । ବିଭାଗ ତରଫରୁ ୭୦ଟି ବନ୍ଦ ଦୋକାନ ପୁନରୁଦ୍ଧାର ପାଇଁ ଅନୁମତି ମିଳିଛି । ସେଥିପାଇଁ ୪ଟି ନୂଆ ଠିପି ଖୋଲା ଦୋକାନ ଏବଂ ୩ଟି ନୂଆ ମଦ କାରଖାନା ପାଇଁ ପ୍ରସ୍ତାବ ରହିଛି ।
ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏହା ସୂଚନା ଦେଇଛନ୍ତି ।
ଜିଲ୍ଲା ଅନୁସାରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକ ପୁନଃଖୋଲା:
ବାଲେଶ୍ୱର – ୧୭ଟି
ଗଞ୍ଜାମ – ୧୦ଟି
ନୟାଗଡ଼ – ୯ଟି
ମୟୂରଭଞ୍ଜ – ୮ଟି
କଟକ – ୭ଟି
ରାଉରକେଲା – ୫ଟି
ବ୍ରହ୍ମପୁର – ୪ଟି
କେନ୍ଦୁଝର, କନ୍ଧମାଳ – ପ୍ରତ୍ୟେକରେ ୩ଟି
ବଲାଙ୍ଗୀର – ୨ଟି
ମାଲକାନଗିରି, ସମ୍ବଲପୁର – ପ୍ରତ୍ୟେକରେ ୧ଟି
ପୁରୀରେ ୩ଟି ଓ ଭୁବନେଶ୍ୱରରେ ୧ଟି ନୂଆ ଠିପି ଖୋଲା ଦୋକାନ ।
ଢେଙ୍କାନାଳରେ ୨ଟି ଓ କଟକରେ ୧ଟି ନୂଆ ମଦ କାରଖାନା ।
Socialtalknews