ଧଳା କାଶରେ ଶୋଭିଛି ଶରତ, ଆସୁଛନ୍ତି ଦୁର୍ଗା ମା’

Talk Always Truth

By -SUBHASMITA ସେପ୍ଟେମ୍ବର 20 2025
ଭୁବନେଶ୍ୱର : ଶରତ ଋତୁରେ ପ୍ରକୃତି ନୂତନ ରୂପେ ସଜିଉଠିଛି । ଚାରିଆଡେ କାଶତଣ୍ଡୀର ଧଳା ପସରା ପୃଥିବୀକୁ ଚାନ୍ଦିରେ ଆଛାଦିତ କରିଦେଇଛି । ଧୋବ ପରି ଫରଫରାଇଥିବା କାଶରେ ସୂର୍ଯ୍ୟର କିରଣ ପଡି, ପ୍ରକୃତିର ମନୋହର ଶୋଭାକୁ ଆହୁରି ଅଳଙ୍କୃତ କରୁଛି । ମେଘୁଆ ଆକାଶରେ ଭସା ବାଦଲ ଓ ପୃଥିବୀର କାଶତଣ୍ଡୀ—ଦୁଇଁଟି ମିଶି ଯେପରି ମା’ଙ୍କ ଆଗମନର ସଙ୍କେତ ଦେଉଛି ।
ଦୁର୍ଗା ପୂଜାର ଆଗମନରେ ପ୍ରକୃତିର ଏହି ଆଭାମୟ ରୂପ ସବୁକୁ ମନ୍ତ୍ରମୁଗ୍ଧ କରିଦେଇଛି । ଚାଷୀଙ୍କୁ ଏହା ଆଶାର ସନ୍ଦେଶ ଦେଉଛି, କବି-ସାହିତ୍ୟିକମାନଙ୍କୁ ନୂତନ ପ୍ରେରଣା ଦେଉଛି, ଓ ପ୍ରତ୍ୟେକ ହୃଦୟରେ ପାର୍ବଣର ଖୁସି ଭରିଦେଇଛି ।
ଧଳା କାଶତଣ୍ଡୀରେ ମହକିଥିବା ପରିବେଶ ଯେପରି ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ପୃଥିବୀ ନିଜକୁ ସଜାଇଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page