ଧୀରେ ଧୀରେ ସୁସ୍ଥତାର ପଥେ ଅଭିଜିତ୍ ମଜୁମଦାର, ଭେଣ୍ଟିଲେଟର୍‌ରୁ ବାହାରି ICU ବେଡ୍‌ରେ ଚିକିତ୍ସା ଜାରି :

Talk Always Truth

By -SUBHASMITA ସେପ୍ଟେମ୍ବର 19 2025
ଭୁବନେଶ୍ୱର :
ସଙ୍ଗୀତଜଗତର ‘ମେଲୋଡି କିଙ୍ଗ୍’ ଅଭିଜିତ୍ ମଜୁମଦାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖୁସିର ଖବର ଆସିଛି। କିଛିଦିନ ଧରି ଭେଣ୍ଟିଲେଟର୍‌ରେ ରହିଥିବା ଅଭିଜିତ୍‌ଙ୍କୁ ଏବେ ଭେଣ୍ଟିଲେଟର୍‌ରୁ ବାହାର କରାଯାଇଛି। ଏମ୍ସ ଭୁବନେଶ୍ୱରର ICU ବେଡ୍‌ରେ ତାଙ୍କ ଚିକିତ୍ସା ଜାରି ରହିଛି।
ଡାକ୍ତରୀ ସୂଚନା ଅନୁସାରେ, ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବତନ ସଙ୍କଟାପନ୍ନ ପରିସ୍ଥିତିରୁ ବର୍ତ୍ତମାନ ଧୀରେ ଧୀରେ ସୁଧାର ଆସୁଛି। ସୋଡିୟମ୍‌ ଲେଭେଲ କମିଯାଇଥିବାରୁ ପ୍ରଥମେ ସେ କଟକର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାୟ ଏକ ସପ୍ତାହ ଧରି ଚିକିତ୍ସା ପରେ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।
ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ନିରନ୍ତର ନଜରରେ ରଖିଛନ୍ତି। ସଙ୍ଗୀତ ପ୍ରେମୀମାନଙ୍କ ପାଇଁ ଦୁର୍ଗାପୂଜା ପୂର୍ବରୁ ଏହା ନିଶ୍ଚୟ ଏକ ସୁଭ ସଙ୍ଗବାର।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page