ବାରବାଟୀରେ ଫଟାଫଟ୍ ଧମାକା:

ବୁଧବାରଠୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍
By-SUBHASMITA ସେପ୍ଟେମ୍ବର 16 2025
କଟକ, ୧୬ ସେପ୍ଟେମ୍ବର: ବାରବାଟୀ ଷ୍ଟାଡିୟମ୍ ପୁଣିଥରେ କ୍ରିକେଟ୍‌ରେ ଦୁଲିବାକୁ ପ୍ରସ୍ତୁତ। ଆସନ୍ତା ବୁଧବାର (୧୭ ସେପ୍ଟେମ୍ବର)ଠାରୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍, ଯେଉଁଥିରେ ରାଜ୍ୟର ୬ଟି ଦଳ — ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର — କଡା ପ୍ରତିସ୍ପର୍ଧାରେ ମୁହାଁମୁହିଁ ହେବେ।
ଲିଗ୍‌ଟି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ସମୟରେ ପ୍ରତିଦିନ ଦୁଇଟି ମ୍ୟାଚ୍ ଖେଳାଯିବ। ଓପନିଂ ମ୍ୟାଚ୍ କଟକ ପାନ୍ଥର୍ସ ବନାମ ଭୁବନେଶ୍ୱର ଟାଇଗର୍ସ‌ ମଧ୍ୟରେ ହେବ। ଦର୍ଶକମାନଙ୍କ ପାଇଁ ଗ୍ୟାଲେରୀ ୧, ୩ ଓ ୫ରେ ମୁକ୍ତ ପ୍ରବେଶ ରହିବ।
ବିଜେତା ଦଳ ପାଇଁ ୫୦ ଲକ୍ଷ ଟଙ୍କା ଓ ଉପବିଜେତା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି ଓଡିଶା କ୍ରିକେଟ୍ ଅସୋସିଏସନ୍ (OCA)। ଏହି ପ୍ରତିଯୋଗିତାର ବ୍ରାଣ୍ଡ ଅମ୍ବାସାଡର ହେଲେ ଇର୍ଫାନ ପଠାନ ଓ ଦେବାଶିଷ ମହାନ୍ତି।
ଲିଗ୍‌ଟିର ମୂଳ ଲକ୍ଷ ହେଉଛି ଓଡିଆ କ୍ରିକେଟରମାନଙ୍କୁ ଜାତୀୟ ଦଳରେ ପ୍ରବେଶ ପାଇବାର ସୁଯୋଗ ଦେବା। ଆଇପିଏଲ ଦଳର ସେଲେକ୍ସନ୍ କମିଟିମାନେ ମଧ୍ୟ ବାରବାଟୀକୁ ଆସିବାର ସମ୍ଭାବନା ଥିବାରୁ ଯୁବ ଓଡିଆ କ୍ରିକେଟରଙ୍କ ପାଇଁ ଏହା ସୁନା ସୁଯୋଗ।
OCA ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି – “ଏହି ଲିଗ୍‌ ମାଧ୍ୟମରେ ଓଡିଆ ଖେଳାଳିମାନେ ଆଇପିଏଲ ଓ ଜାତୀୟ ଦଳରେ ଖେଳିବା ପାଇଁ ଅଧିକ ଦାବିଦାର ହେବେ।

Socialtalknews

Leave a Comment