ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବିଦା କରିବାକୁ ବ୍ୟାପକ ପୁଲିସ୍ ଅଭିଯାନ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ

By -SUBHASMITA ସେପ୍ଟେମ୍ବର 8 2025

ଭୁବନେଶ୍ୱର: ବାଣୀବିହାରରେ ଅଣଛାତ୍ର ଉପସ୍ଥିତିକୁ ସମୂଳେ ଶେଷ କରିବା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଶାଳ ପୁଲିସ୍ ଅଭିଯାନ ଆରମ୍ଭ ହୋଇଛି। ପୁଲିସ୍ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଯୁକ୍ତ ଭାବରେ ଛାତ୍ରାବାସରେ ତଲାଶି ଚାଲିଛି।
ସକାଳ ୧୦.୩୦ରୁ ୧, ୨, ୩ ଓ ୫ ନଂ ହଷ୍ଟେଲରେ ପୁଲିସ୍ ଚଢ଼ଉ କରି, ବିଭିନ୍ନ କୋଠାର ତାଲା ଭାଙ୍ଗି ତଲାଶି ନେଉଛନ୍ତି। ଏହି ସମଗ୍ର କାର୍ଯ୍ୟରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୫ ଏସିପି, ୪ ଜଣ ଆଇଆଇସି ଓ ୧୩ ଜଣ ଏଏସଆଇଙ୍କୁ ନିୟୋଜିତ କରାଯାଇଛି।
କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟ ଭାବେ ଜୋନ୍-୫ ଏସିପି ବିଶ୍ବରଂଜନ ସେନାପତିଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୂର୍ଣ୍ଣ ସୁରକ୍ଷାର ଦାୟିତ୍ୱ ବରିଷ୍ଠ ପୁଲିସ୍ ଅଧିକାରୀ ଅନୁପ କାନୁନଗୋଙ୍କୁ ଦିଆଯାଇଛି।
ଏହି ଅଭିଯାନ ସମୟରେ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ୧.୩୦ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କ୍ୟାମ୍ପସରେ ଅଣଛାତ୍ରଙ୍କୁ କୌଣସି ପରିସ୍ଥିତିରେ ରହିବାକୁ ଦିଆଯିବ ନାହିଁ।
ଏହା ସହିତ, ବାଣୀବିହାର କ୍ୟାମ୍ପସ୍ ଶୀଘ୍ର ଅଣଛାତ୍ର ମୁକ୍ତ ହେବାକୁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି।

Socialtalknews

Leave a Comment