
By -SUBHASMITA ସେପ୍ଟେମ୍ବର 2 2025
ଭୁବନେଶ୍ବର : ରାଜଧାନୀର ପ୍ରସିଦ୍ଧ ‘ସହିଦନଗର ଦୁର୍ଗାପୂଜା’ ଏବେ ୪୮ତମ ବର୍ଷରେ ପଦାର୍ପଣ କରୁଛି। ସବୁବେଳେ ଅନ୍ୟଠାରୁ ଭିନ୍ନ ଓ ଆକର୍ଷଣୀୟ ପ୍ରସ୍ତୁତି ପାଇଁ ପରିଚିତ ଏହି ପୂଜାମଣ୍ଡପ ଏଥର କୌଣସି ପ୍ରାଚୀନ ଐତିହ୍ୟର ନକଲ କରିବା ପାଇଁ ନୁହେଁ, ବରଂ ସୃଜନଶୀଳ କାଳ୍ପନିକ ଡିଜାଇନ୍ରେ ଗଢ଼ି ଉଠିବ।
୮୫ ଫୁଟ୍ ଉଚ୍ଚ ଓ ୧୩୦ ଫୁଟ୍ ଚଉଡ଼ା ତୋରଣରେ ୫୦ ଜଣ ବଙ୍ଗୀୟ କାରିଗର ନିଜ କୌଶଳ ଦେଉଛନ୍ତି। ଏହା ପରିବେଶ ଅନୁକୂଳ ଓ ଆବର୍ଜନାମୁକ୍ତ ଭାବରେ ପ୍ରସ୍ତୁତ ହେଉଛି।
ପୂଜାର ମୁଖ୍ୟ ଆକର୍ଷଣ ହେବ ଚାନ୍ଦିମେଢ଼। ୧୬୦୦ କେଜି ରୁପାରେ ତିଆରି ମେଢ଼ ସହିତ, ମା’ଙ୍କ ଅଳଙ୍କାର ଓ ଅସ୍ତ୍ରଶସ୍ତ୍ରରେ ମଧ୍ୟ ରୁପାର ତାରକସି କାମ ହୋଇଛି। ତା’ ସହ, ଦେଢ କେଜି ସୁନାରେ ପ୍ରସ୍ତୁତ ମା’ଙ୍କ ମୁକୁଟ ଓ ସ୍ବର୍ଣ୍ଣାଳଙ୍କାର ପୂଜାକୁ ଆହୁରି ରଜତ-ରୂପାର ମାହାତ୍ମ୍ୟ ଦେଇଛି।
ସୁରକ୍ଷା ବ୍ୟବସ୍ଥା : ପୂଜା ପରିସରରେ ପ୍ରାୟ ୧୦୦ଟି ସିସି କ୍ୟାମେରା ଓ ଏଆଇ କ୍ୟାମେରା ସ୍ଥାପନ, ସହିତ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଓ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜନ କରାଯିବ।
ଭସାଣିରେ ପାରମ୍ପରିକତା : ମାଦଳ, ସିଂହବାଜା, ପଞ୍ଜାବୀ ବାଜା, ଶଙ୍ଖୁଆ, ଦୁଲୁଦୁଲି ପରି ପାରମ୍ପରିକ ବାଦ୍ୟର ସହିତ, ଯୁବପିଢ଼ିଙ୍କ ପସନ୍ଦକୁ ଧ୍ୟାନରେ ରଖି କଟକଣା ମଧ୍ୟରେ ଡିଜେକୁ ଅନୁମତି ଦିଆଯିବ।
ଦର୍ଶନ ବ୍ୟବସ୍ଥା : ଯେଉଁ ଭକ୍ତ ମଣ୍ଡପ ଭିତରକୁ ପ୍ରବେଶ କରିପାରିବେ ନାହିଁ, ସେମାନେ ବାହାରୁ ଠିଆ ହୋଇ ମା’ଙ୍କ ଦର୍ଶନ କରିପାରିବେ।
ଭୋଗ ଓ ପ୍ରସାଦ : ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ୧୫୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ହେବ। ମଣ୍ଡାପିଠା, ଚୁଡ଼ାଘଷା, ଖିରି, ଓ ଦଶମୀରେ ପରମ୍ପରାଗତ ଦହିପଖାଳ ଭୋଗ ଦିଆଯିବ।
ସଭାପତି ହେମନ୍ତ ପରିଡ଼ା କହିଛନ୍ତି – “ଆମେ ତୋରଣ ଠାରୁ ବହୁତ ଅଧିକ ଗୁରୁତ୍ୱ ଦେଉଛୁ ମା’ଙ୍କ ଦର୍ଶନକୁ। ଏହିଥର ଭକ୍ତଙ୍କ ପାଇଁ ପୂରା ପୂଜାକାଳୀନେ ସୁବିଧାଜନକ ବ୍ୟବସ୍ଥା କରାଯାଇଛି।”
Socialtalknews