ବରମୁଣ୍ଡା ବସ୍ ଟର୍ମିନାଲରେ ୧୨୦ ଦୋକାନ ଆବଣ୍ଟନ :

ଲଟେରି ମାଧ୍ୟମରେ ହେବ ବଣ୍ଟନ

By -SUBHASMITA ସେପ୍ଟେମ୍ବର 2 2025
ଭୁବନେଶ୍ୱରର ବରମୁଣ୍ଡା ବସ୍ ଟର୍ମିନାଲରେ ଦୋକାନ ଆବଣ୍ଟନ ନେଇ ଚାଲୁଥିବା ଅସ୍ପଷ୍ଟତାର ଶେଷ ହୋଇଛି । ପୁରୁଣା ବସ୍‌ଷ୍ଟାଣ୍ଡରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଲଟେରି ମାଧ୍ୟମରେ ନୂଆ ଦୋକାନ ଦିଆଯିବା ପ୍ରକ୍ରିୟାକୁ ନେଇ BDA ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ।
ଆସନ୍ତା ୧୦ ଦିନ ମଧ୍ୟରେ ଲଟେରି କରି ୧୨୦ଟି ଦୋକାନ ଆବଣ୍ଟନ ହେବ । ପ୍ରଥମେ ପୁରୁଣା ବସ୍‌ଷ୍ଟାଣ୍ଡର ବ୍ୟବସାୟୀମାନଙ୍କୁ ପ୍ରାଥମ୍ୟ ଦିଆଯିବା ସହିତ ଚୟନ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି ।
ବସ୍ ଟର୍ମିନାଲରେ ପ୍ରାୟ ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍ ବ୍ୟବସାୟ ପାଇଁ ନିର୍ଦ୍ଧାରିତ । ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି, ଯେଉଁଠି ପ୍ରତି ବର୍ଗ ମିଟର ପାଇଁ ୫୨ ଟଙ୍କା ହିସାବରେ ଚୁକାନା ହେବ
BDA ଉପାଧ୍ୟକ୍ଷ ଡା. ଏନ୍. ତିରୁମାଳା ନାୟକ କହିଛନ୍ତି, “ଦୋକାନୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ଦ୍ୱନ୍ଦ୍ୱ ଦୂର ହୋଇଛି । ଲଟେରି ପ୍ରକ୍ରିୟା ପରେ ସମସ୍ତଙ୍କୁ ସୁସ୍ପଷ୍ଟ ଭାବରେ ଦୋକାନ ମିଳିବ ।”
ନୂତନ ବସ୍ ଟର୍ମିନାଲରେ ଆଧୁନିକ ସୁବିଧା ସହିତ ଯାତ୍ରୀମାନେ ସୁଗମ ସେବା ଉପଭୋଗ କରିପାରିବେ ବୋଲି ପ୍ରଶାସନୀୟ ସୂଚନା ।

Socialtalknews

Leave a Comment