
ଭୁବନେଶ୍ବର ସହ ସମଗ୍ର ଦେଶରେ ଦର କେତେ ହେଲା?
By -SUBHASMITA ସେପ୍ଟେମ୍ବର 1 2025
ଭୁବନେଶ୍ବର ୦୧/୦୯:
ଭାରତୀୟ ବଜାରରେ ପୁଣିଥରେ ସୁନା ଓ ରୁପାର ଦର ବଢ଼ିଛି । ବିଶେଷତଃ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ମୂଲ୍ୟରେ ବେଶ୍ ପରିବର୍ତ୍ତନ ଦେଖାଗଲା ।
ଆଜି ୨୪ କ୍ୟାରେଟ ସୁନା ୧,୦୫,୮୮୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି, ଯେଉଁଠାରେ ୨୨ କ୍ୟାରେଟ ସୁନାର ଦର ୯୭,୦୫୦ ଟଙ୍କା ପ୍ରତି ୧୦ ଗ୍ରାମକୁ ପହଞ୍ଚିଛି ।
ଭୁବନେଶ୍ବରରେ: ୨୪ କ୍ୟାରେଟ – ₹୧,୦୫,୮୮୦, ୨୨ କ୍ୟାରେଟ – ₹୯୭,୦୫୦
ମୁମ୍ବାଇରେ: ୨୪ କ୍ୟାରେଟ – ₹୧,୦୫,୮୮୦, ୨୨ କ୍ୟାରେଟ – ₹୯୭,୦୫୦
ନୂଆଦିଲ୍ଲୀରେ: ୨୪ କ୍ୟାରେଟ – ₹୧,୦୬,୦୩୦, ୨୨ କ୍ୟାରେଟ – ₹୯୭,୨୦୦
ଚେନ୍ନାଇରେ: ୨୪ କ୍ୟାରେଟ – ₹୧,୦୫,୮୮୦, ୨୨ କ୍ୟାରେଟ – ₹୯୭,୦୫୦
କୋଲକାତାରେ: ୨୪ କ୍ୟାରେଟ – ₹୧,୦୫,୮୮୦, ୨୨ କ୍ୟାରେଟ – ₹୯୭,୦୫୦
ଅନ୍ୟପଟେ ରୁପାର ମୂଲ୍ୟ କିଲୋ ପିଛା ₹୧,୨୬,୦୦୦ କୁ ବଢ଼ିଛି ।
ସୁନାର ଶୁଦ୍ଧତା କେମିତି ଯାଞ୍ଚ କରିବେ?
ସୁନା କିଣିବା ସମୟରେ ହଲମାର୍କ ଦେଖିବାକୁ ଭୁଲିବେନି । ଗ୍ରାହକମାନେ ‘BIS Care App’ ଦ୍ୱାରା ସହଜରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଯଦି କୌଣସି ଭୁଲ କିମ୍ବା ଅନିୟମିତତା ଦେଖାଯାଏ, ସିଧାସଳଖ ସରକାରଙ୍କୁ ଅଭିଯୋଗ କରିପାରିବେ ।
Socialtalknews