ଆଜିଠୁ ଆରମ୍ଭ ଏସିଆ କପ୍ ହକି :

୮ ଦଳୀୟ ପ୍ରତିସ୍ପର୍ଧାରେ ବିଶ୍ୱକପ୍ ସ୍ୱପ୍ନରେ ଭାରତ”

By -SUBHASMITA Aug 29 2025

ବହୁ ପ୍ରତୀକ୍ଷିତ ଏସିଆ କପ୍ ହକି ପ୍ରତିଯୋଗିତା ଶୁକ୍ରବାରଠାରୁ ଜୋରଦାର ଭାବରେ ଆରମ୍ଭ ହେବ। ଏହି ୮ ଦଳୀୟ ପ୍ରତିସ୍ପର୍ଧା ଭାରତ ପାଇଁ ବିଶ୍ୱକପ୍ ଯୋଗ୍ୟତା ଲାଗି ଶେଷ ଓ ଶ୍ରେଷ୍ଠ ସୁଯୋଗ। କାରଣ, ନେଦରଲାଣ୍ଡ୍‌ସ ଓ ବେଲଜିୟମ୍‌ରେ ଆସନ୍ତାବର୍ଷ ଆୟୋଜିତ ବିଶ୍ୱକପ୍‌ରେ ସିଧାସଳଖ ଯାଇବାର ଅବସର, ଏସିଆ କପ୍‌ରେ ବିଜୟୀ ହେବାରୁ ମାତ୍ର ସମ୍ଭବ।
ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଦୁର୍ବଳ ପ୍ରଦର୍ଶନ କରି ୭ଟି ମ୍ୟାଚ୍ ଲଗାତାର ହାରିଥିବା ଭାରତୀୟ ଦଳ, ବର୍ତ୍ତମାନ ବିଶ୍ୱ ର୍ୟାଙ୍କିଂରେ ସପ୍ତମ ସ୍ଥାନକୁ ଖସିଛି। ସେଥିପାଇଁ “କରିବା କିମ୍ବା ମରିବା” ପରିସ୍ଥିତିରେ ଦଳ। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ଙ୍କ କଥାରେ, ଏହି ବର୍ଷର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପ୍ରତିଯୋଗିତା ହେଉଛି ଏସିଆ କପ୍।
ଭାରତର ପୁଲ୍-ଏ : ଜାପାନ, ଚୀନ ଓ କାଜାଖସ୍ତାନ।
ପୁଲ୍-ବି : ଦକ୍ଷିଣ କୋରିଆ, ମାଲେସିଆ, ବାଂଲାଦେଶ ଓ ଚାଇନିଜ୍ ତାଇପେଇ।
ଜାପାନ ବିରୋଧୀ କାଜାଖସ୍ତାନ (ଦୁପୂର ୧ଟା)
ଭାରତ ବିରୋଧୀ ଚୀନ (ଦୁପୂର ୩ଟା)
ତିନିଥର ବିଜେତା ଭାରତ ପାଇଁ, ସର୍ବାଧିକ ୫ଥର ବିଜୟୀ ଦକ୍ଷିଣ କୋରିଆ ସବୁଠାରୁ ବଡ଼ ବାଧା ହେବାର ସମ୍ଭାବନା।

Socialtalknews

Leave a Comment