
By- SUBHASMITA Aug 21 2025
ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ ଛେଳିକୁ ଜାତୀୟ ମାନ୍ୟତା ମିଳିଛି, ଯାହା ଦେଶୀ ପ୍ରଜାତିରେ ଏକ ଅନ୍ୟତମ ସ୍ଥାନ ଧରିଛି। ରାଇଘର ଓ ଘୁମୁସର ପ୍ରଜାତି ଛେଳି ଉପରେ ଗବେଷଣା ହେଉଛି, ତଥାପି ଏହି ଦୁଇ ପ୍ରଜାତିକୁ ମାନ୍ୟତା ମିଳିବାରେ ବିଳମ୍ବ ହେଉଛି।
୨୦୦୧ ମସିହାରେ ଆରମ୍ଭ ହୋଇଥିବା ଗଞ୍ଜାମ ଛେଳି ପ୍ରକଳ୍ପରୁ ଜଣାପଡ଼ିଛି ଯେ, ଏହି ପ୍ରଜାତି ସବୁ ପାଣିପାଗରେ ସହଜରେ ଖାପ ଖାଇପାରିବା ସହ ଦ୍ୱୈତ ଶାବକ ଜନ୍ମ ଦେଇପାରିବ। ଏହି ଛେଳିର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ, ଯାହା ଏହାକୁ ଅନ୍ୟ ଛେଳି ପ୍ରଜାତିରୁ ବିଶେଷ କରେ।
ମୟୁରଭଞ୍ଜ, ନୂଆପଡ଼ା, କୋରାପୁଟ ଓ ନବରଙ୍ଗପୁରର ସ୍ଥାନୀୟ ପ୍ରଜାତି ଛେଳିଙ୍କୁ ଏବେ ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ଏହି ପ୍ରଜାତି ଛେଳି ପାଳନରେ ଗୁରୁତ୍ୱ ଦେଉଛି, ମହିଳା ଏବଂ ବେକାର ଯୁବକ-ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ଯୋଗାଇବା ଯୋଜନା କରାଯାଇଛି!
କୃତ୍ରିମ ପ୍ରଜନନ ପ୍ରଣାଳୀ ‘ଗୋଟ୍ ଏଆଇ’ ମାଧ୍ୟମରେ ଉନ୍ନତ ମାନର ଛେଳି ଉତ୍ପାଦନ ହେଉଛି, ଯାହା ଦେଶୀ ପ୍ରଜାତିକୁ ରକ୍ଷା କରିବା ସହ ବ୍ୟବସାୟ ମାଧ୍ୟମର ଲୋକଙ୍କୁ ଆର୍ଥିକ ସୁବିଧା ମଧ୍ୟ ଦେଉଛି!
Socialtalknews