କିଏ ହେବେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ?

ଆଜି ହୋଇପାରେ ଘୋଷଣା, ଗାନ୍ଧୀଙ୍କ ଅଣନାତିଙ୍କ ନାଁ ସହିତ କିଛି ଚେହେରା ଉପରେ ଚର୍ଚ୍ଚା
By -SUBHASMITA Aug – 19 2025

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ– ଏହାକୁ ନେଇ ରାଜନୈତିକ ପଟଭୂମିରେ ଚର୍ଚ୍ଚା ତୀବ୍ର ହୋଇଛି। ଏନଡିଏ ଇତିମଧ୍ୟେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଦେଇଛି। କିନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏଯାଏଁ ନାଁ ଘୋଷଣା ହୋଇନଥିବାରୁ ସମସ୍ତଙ୍କ ନଜର ବିରୋଧୀ ଶିବିର ଉପରେ।
ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ବସିବାକୁ ଯାଉଛି ବିରୋଧୀ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ସାଢେ ୧୨ଟାରେ ଆରମ୍ଭ ହେବାକୁ ଥିବା ଏହି ବୈଠକ ପରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ।
ସୂତ୍ରମାନଙ୍କ ଅନୁସାରେ କିଛି ନାଁ ଉପରେ ଜୋରଦାର ଚର୍ଚ୍ଚା ଚାଲିଛି–
ପୂର୍ବତନ ଇସ୍ରୋ ବୈଜ୍ଞାନିକ ମୈଲସ୍ବାମୀ ଆନ୍ନାଦୁରାଇ (ଚନ୍ଦ୍ରଯାନ-୧ ସହିତ ସମ୍ପୃକ୍ତ)
ତାମିଲନାଡୁର ଡିଏମକେ ସାଂସଦ ତିରୁଚି ଶିବା
ଜାତିପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ
ବିରୋଧୀ ମେଣ୍ଟ ଏଥର ଏହି ନିର୍ବାଚନକୁ ଲୋକତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଲଢେଇ ଭାବେ ଦେଖୁଥିବା ବେଳେ, ସେମାନେ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

You cannot copy content of this page