ଓଡିଶାରେ ଖୁବ୍‌ଶୀଘ୍ର ୧୮୪୦ ଡାକ୍ତର ଓ ୫ ହଜାରରୁ ଅଧିକ ପାରାମେଡିକାଲ କର୍ମଚାରୀ ନିଯୁକ୍ତି :i

Talk Always Truth

BY – SUBHASMITA Aug -19 2025
ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଓଡିଶା ସରକାର ଖୁବ୍‌ଶୀଘ୍ର ୧୮୪୦ ଡାକ୍ତର ଓ ୫,୦୦୦ରୁ ଅଧିକ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର, ମେଡିକାଲ ଅଫିସର ଓ ପ୍ରଫେସର ପଦବିଗୁଡ଼ିକୁ ଶୀଘ୍ର ପୂରଣ କରାଯିବ। ବିଶେଷତଃ ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତ କରିବାକୁ ଗୁରୁତ୍ୱ ଦିଆଯିବ।
ସେଥିସହିତ, ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସମନ୍ବିତ ଟ୍ରମା କେୟାର ସେଣ୍ଟର ସ୍ଥାପନ, ଦୁର୍ଗମ ଅଞ୍ଚଳକୁ ଯିବାକୁ ଡାକ୍ତରମାନେ ଅନିଚ୍ଛୁକ ହେଲେ ସେଠାରେ ପ୍ରୋତ୍ସାହନ ରାଶି ବୃଦ୍ଧି, ଏବଂ ଆୟୁଷ ଡାକ୍ତରଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ।
ମେଡିକାଲ କଲେଜଗୁଡ଼ିକରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବି ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ବୈଠକରେ ଡାକ୍ତରମାନଙ୍କ ନିଯୁକ୍ତି, ବେତନ, ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି ଭଳି ମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page