ଦୀପାବଳିରେ ଜନସାଧାରଣ ପାଇଁ ବଡ଼ ଉପହାର :

ଜିଏସଟି ହାର ହ୍ରାସ କରିବେ ପ୍ରଧାନମନ୍ତ୍ରୀ
By – subhasmita Aug 15 2025

ନୂଆଦିଲ୍ଲୀ – ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦିଆଯିବ—ଜିଏସଟି ହାରକୁ ବ୍ୟାପକ ଭାବରେ ହ୍ରାସ କରାଯିବ।
ମୋଦୀ କହିଛନ୍ତି, “ଗତ ୮ ବର୍ଷରେ ଜିଏସଟି ବ୍ୟବସ୍ଥାରେ ବିଶାଳ ସଂସ୍କାର କରିଛୁ ଏବଂ ଟିକସ ବୋଝ କମାଇଛୁ। ଏବେ ସାଧାରଣ ଲୋକଙ୍କ ପାଇଁ ଅଧିକ ସୁବିଧା ଦେବାକୁ ଜିଏସଟି ହାରକୁ କମାଇବୁ। ନୂତନ ପିଢ଼ି ପାଇଁ ଆମେ ଏକ ସରଳ ଏବଂ ସୁବିଧାଜନକ ଜିଏସଟି ବ୍ୟବସ୍ଥା ଆଣିବୁ।”
ସେ ଆହୁରି କହିଛନ୍ତି ଯେ, ସ୍ୱଦେଶୀ ପ୍ରୟୋଗକୁ ବଢ଼ାଇ ଦେଶକୁ ଆର୍ଥିକ ଭାବେ ଶକ୍ତିଶାଳୀ କରାଯିବ ଏବଂ ପରବର୍ତ୍ତୀ ପିଢ଼ିରେ ସଂସ୍କାର ଆଣିବା ପାଇଁ ବିଶେଷ ଟାସ୍କ ଫୋର୍ସ ଗଠନ କରାଯିବ !

Leave a Reply

Your email address will not be published. Required fields are marked *

You cannot copy content of this page