ଇଣ୍ଡି ମେଣ୍ଟର ନୂଆ ବିତଣ୍ଡା :

Talk Always Truth

By Social Talk Team
Published 14.08.2025

ବାରଣାସୀ ୧୪.୦୮.୨୫ ନିକଟରେ ଭୋଟ ଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ଏବେ ନୂଆ ବିତଣ୍ଡା ଆରମ୍ଭ କରିଛି l ବିଶ୍ୱର ସର୍ବାଧିକ ଲୋକ ପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀଠାରେ କିଛି ଅଦ୍ଭୁତ କାଣ୍ଡ କରିଛନ୍ତି ଏହି ଇଣ୍ଡି ମେଣ୍ଟର ସଦସ୍ୟମାନେ l ସାଧାରଣତଃ କୌଣସି ଜନପ୍ରତିନିଧି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ତାଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜୟୀ ହେବାର ପ୍ରମାଣପତ୍ର ମିଳିଥାଏ l ଏହିକ୍ରମରେ ଗତ ସାଧାରଣ ନିର୍ବାଚନରେ ବାରଣାସୀ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନରେନ୍ଦ୍ର ମୋଦୀ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ନେତା ଅଜୟ ରାୟଙ୍କୁ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ l କିନ୍ତୁ ଭୋଟ ଚୋରି କରି ମୋଦୀ ଏଠାରେ ଜିତିଛନ୍ତି ବୋଲି ମେଣ୍ଟ ଅଭିଯୋଗ ଆଣି ଏଠାରୁ ସାଂସଦ ଭାବେ ଅଜୟ ରାୟଙ୍କୁ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ତାଙ୍କର ବିଜୟ ଉତ୍ସବ ପାଳନ କରି ମିଠା ବାଣ୍ଟି ଶୋଭାଯାତ୍ରା ଆୟୋଜନ କରିଛନ୍ତି l ତେବେ ପ୍ରଶ୍ନ ଉଠୁଛି ଜନାଦେଶ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରହିଥିବା ବେଳେ ଏଠାରୁ ସେ କ୍ରମାଗତ ତୃତୀୟ ଥର ପାଇଁ ଜିତି ଦେଶର ନେତୃତ୍ବ ଗ୍ରହଣ କରିଥିଲେ ସୁଦ୍ଧା ଇଣ୍ଡି ମେଣ୍ଟର ନୂଆ ବିତଣ୍ଡା କଣ ପାଇଁ? ଦେଖିବାକୁ ଗଲେ ବାରଣାସୀ ବିଜେପିର ଗଡ଼ ରୂପେ ଦୀର୍ଘ ଦଶନ୍ଧି ଧରି ପରିଚିତ l ମୋଦୀଙ୍କ ପୂର୍ବରୁ ଏଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଶଙ୍କର ପ୍ରସାଦ ଜୟସୱାଲ୍, ଶିରିସ ଚନ୍ଦ୍ର ଦୀକ୍ଷିତ୍ ପ୍ରମୁଖ ବିଜେପି ସଂସାଦ ଏଠାରୁ ବିଜୟୀ ହୋଇଛନ୍ତି l
ତେବେ ଇଣ୍ଡି ମେଣ୍ଟର ଅଭିଯୋଗ ଭୋଟ ଗଣତି ସମୟରେ ପ୍ରାଥମିକ ପର୍ଯ୍ୟାୟରେ ମୋଦୀ ପଛୁଆ ଥିବା ବେଳେ ପରବର୍ତ୍ତୀ ସମୟରେ କିପରି ବିଜୟୀ ହେଲେ ତାହା ସନ୍ଦେହ ଘେରରେ ଏବଂ ଏଥିପାଇଁ ନକଲି ଭୋଟର ମାନେ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି l

ସୋସିଆଲ ଟକ୍ |


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page