ଏଣିକି ବାହାରେ ବୁଲିବେନି ବୁଲା କୁକୁର :

Talk Always Truth

ବୁଲା କୁକୁରଙ୍କ ଆତଙ୍କରୁ ମିଳିବ ମୁକ୍ତି, ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ‘ଆତଙ୍କ’କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ନୋଏଡା-ଗାଜିଆବାଦ ସମେତ ସମଗ୍ର ଏନସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ, ଏମସିଡି ଏବଂ ଏନଡିଏମସିକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ବୁଲା କୁକୁରଙ୍କୁ ତୁରନ୍ତ ଉଠାଇ ସୁରକ୍ଷିତ ଆଶ୍ରୟସ୍ଥଳକୁ ପଠାନ୍ତୁ। ଯଦି କୌଣସି ସଂଗଠନ କୁକୁରମାନଙ୍କୁ ବଳପୂର୍ବକ ଧରିବା ସମୟରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କୁ ସୁପ୍ରିମକୋର୍ଟଙ୍କ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ଏହି ପ୍ରକ୍ରିୟାରେ କାହାର ଭାବନାକୁ ଆଘାତ ଯେମିତି ନଦିଆଯାଏ ତା’ ପ୍ରତି ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି।
ବିଶେଷ କରି ଦିଲ୍ଲୀରେ କୁକୁର ଆକ୍ରମଣ ବଢ଼ୁଥିବା ଦେଖି ସୁପ୍ରିମକୋର୍ଟ ଏହି ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, “ଆମକୁ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଲା କୁକୁର ମୁକ୍ତ କରିବାକୁ ପଡିବ। କାହାକୁ ପୋଷ୍ୟ କୁକୁର ଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ। ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଲା କୁକୁର ମୁକ୍ତ କରାଯିବା ଆବଶ୍ୟକ। ଏହି ମାମଲାରେ କେବଳ ସରକାରଙ୍କ ଆବେଦନର ଶୁଣାଣି ହେବ ଏବଂ କୁକୁରପ୍ରେମୀ କିମ୍ବା ଅନ୍ୟ କୌଣସି ପକ୍ଷଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। କୁକୁରମାନଙ୍କ ପାଇଁ ତୁରନ୍ତ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଜାତୀୟ ରାଜଧାନୀ ଦିଲ୍ଲୀ, ଏମସିଡି ଏବଂ ନୂଆଦିଲ୍ଲୀ ନଗର ନିଗମକୁ କହିଛନ୍ତି ସୁପ୍ରିମକୋର୍ଟ।” ଏଭଳି ନିର୍ଦ୍ଦେଶ ଦେଇ ୮ସପ୍ତାହ ମଧ୍ୟରେ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page