socialtalknews

ଶୋଇଥିଲେ ଡ୍ରାଇଭର :

ଶୋଇଥିଲେ ଡ୍ରାଇଭର :

ଶୋଇଥିଲେ ଡ୍ରାଇଭର :

ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଏପରି ଘଟଣା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗାଁର ଗର୍ଭବତୀ ନନ୍ଦିନୀ ରଇତଙ୍କୁ ନେଇ ଗତ ରାତିରେ MKCG ବ୍ରହ୍ମପୁର ଯାଉଥିଲା। ହେଲେ ରାସ୍ତାରେ ଡ୍ରାଇଭର କୌଣସି କାମରେ ଓହ୍ଲାଇଥିଲେ। ପରେ ଡ୍ରାଇଭରଙ୍କ ହାବଭାବ ବଦଳି ଯାଇଥିଲା । ଗାଡିକୁ ରାସ୍ତାରେ ସାଇଡ କରି ଶୋଇ ପଡ଼ିଥିଲେ ଡ୍ରାଇଭର । ବହୁତ ଉଠାଇବା ପରେ ମଧ୍ୟ ଉଠିନଥଲେ। ଗର୍ଭବତୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମ୍ପର୍କୀୟ ମାନେ ଅନ୍ୟ ଏକ ଗାଡ଼ି କରି ନନ୍ଦିନୀଙ୍କୁ ମେଡିକାଲକୁ ନେଇଥିଲେ । ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Share the Post:

Related Posts

ଏମିତି ବି ହେଇପାରେ :

ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୌଡୁଥିବା ବେଳେ ହଠାତ୍‌ ହୋଇଗଲେ ଅସୁସ୍ଥ :ଖୋର୍ଦ୍ଧା: ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି ।

Read More

ଗିରଫ ହେଲେ କ୍ରିକେଟ ର :

ପାକିସ୍ତାନୀ କ୍ରିକେଟ ହାଇଦର ଅଲ୍ଲୀଙ୍କୁ ଦୁଷ୍କର୍ମ ମାମଲାରେ ୟୁକେ ପୋଲିସ ଗିରଫ କରିଛି । ତାଙ୍କୁ ଇଂଲଣ୍ଡରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ଫୌଜଦାରୀ

Read More