କୀଟ ପାଳିଲା ‘କ୍ରିତନ୍ତୁଜା’ :

Talk Always Truth

ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ଉପରେ ନିଜର ମତ ରଖିଥିଲେ ।
କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ ହସ୍ତତନ୍ତ ଉତ୍ପାଦର ବିଶ୍ୱବ୍ୟାପୀ ଗୁରୁତ୍ୱ ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ । ସେ ବିଶ୍ୱବ୍ୟାପୀ ହସ୍ତତନ୍ତର ଉତ୍କର୍ଷତାର ଅନେକ ଉଲ୍ଲେଖନୀୟ ଉଦାହରଣ ଉଦ୍ଧୃତ କରିଥିଲେ । ସ୍ୱଦେଶୀ ହସ୍ତଶିଳ୍ପ କିପରି ଅନ୍ତର୍ଜାତୀୟସ୍ତରରେ ନିଜର ପରିଚୟ ବଜାୟ ରଖିପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
କିଟ୍‍ ଫେସନ୍ ଟେକ୍ନୋଲୋଜି ସ୍କୁଲର ମହାନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଫେସନ୍ ପ୍ରୋତ୍ସାହନ ଏବଂ ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଅତିଥି, ଅଧ୍ୟାପକ, ଛାତ୍ର ଏବଂ ଉପସ୍ଥିତ ଲୋକଙ୍କୁ ସ୍ୱାଗତ କରିବା ସହ ସେ କ୍ରିତନ୍ତୁଜାର ସଫଳ ଆୟୋଜନ ପାଇଁ କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ।
ସେହିପରି କିଟ୍‍ ସ୍କୁଲ ଅଫ୍ ଆର୍କିଟେକଚର୍‍ ଆଣ୍ଡ ପ୍ଲାନିଂର ମହାନିର୍ଦ୍ଦେଶକ ଏସ୍‌.ଏସ୍‌. ରାୟ କହିଲେ, ହସ୍ତତନ୍ତ କ୍ଷେତ୍ର ଆମ ଦେଶର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟର ଏକ ଗର୍ବର ପ୍ରତୀକ ଭାବରେ ଠିଆ ହୋଇଛି । ଏହାକୁ ଆହୁରି ଆଗକୁ ଆଗେଇ ନେବାର ସମୟ ଆସିଛି ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଅଦୈତ ଗଡ଼ନାୟକ ଦର୍ଶକଙ୍କ ପାଇଁ ଏକ ସୂଚନାପ୍ରଦ ଏବଂ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବୟନଶିଳ୍ପ ମନ୍ତ୍ରାଳୟର ଜାତୀୟ ପୁରସ୍କାର ଚୟନ କମିଟିର ଜୁରି ସଦସ୍ୟ ଏବଂ ବୟନଶିଳ୍ପ ମନ୍ତ୍ରାଳୟର ପରାମଶର୍ଦାତା ପରିଷଦ ସଦସ୍ୟ ରାମକୃଷ୍ଣ ମେହେର ମଧ୍ୟ ସେମାନଙ୍କ ମତ ରଖିଥିଲେ ।
ଏହି ଅବସରରେ କୋରାପୁଟ କୋଟପାଡର ଜାତୀୟ ପୁରସ୍କାରପ୍ରାପ୍ତ ବିଦ୍ୟାଧର ମହାନ୍ତୋ,ବରଗଡ଼ ଝିଲିମୁଣ୍ଡାର ଜାତୀୟ ପୁରସ୍କାରପ୍ରାପ୍ତ ଗଜପତି ମେହେର; ଏବଂ ବରଗଡ଼ ଚିଚିଣ୍ଡାର ରାଜ୍ୟ ପୁରସ୍କାରପ୍ରାପ୍ତ ଚନ୍ଦନ କୁମାର ମେହେରଙ୍କୁ ସମ୍ମାନିତ କରାଯାଇଥିଲା ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page