CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି । ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଆଟେଣ୍ଡାନ୍ସ ୭୫ ପ୍ରତିଶତ ହେବା ଉଚିତ୍ । ଯାହାକୁ ବୋର୍ଡ ବାଧ୍ୟତାମୂଳକ କରିଛି ।
ବୋର୍ଡର ଏହି ନିୟମ ପରେ ଯଦି ଜଣେ ଛାତ୍ରଛାତ୍ରୀଙ୍କର ଆଟେଣ୍ଡାନ୍ସ ୭୫ ପ୍ରତିଶତ ନଥାଏ ତେବେ ତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ କିଛି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ଯେମିତିକି ଗୁରୁତର ଅସୁସ୍ଥତା, ପରିବାର ସଦସ୍ୟଙ୍କ ମୃତ୍ୟୁ କିମ୍ବା ଜାତୀୟ/ଅନ୍ତର୍ଜାତୀୟ ଖେଳରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କୋହଳ କରାଯିବ । ତେବେ ସମସ୍ତ ପ୍ରମାଣ ଏବଂ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କଲେ ହିଁ ଛାତ୍ରଛାତ୍ରୀ ଏହି ସୁବିଧା ପାଇ ପାରିବେ ।
ଜରୁରୀକାଳୀନ ଛୁଟି ପାଇଁ ଲିଖିତ ଭାବରେ ଆବେଦନ କରିବାକୁ ପଡିବ ଏବଂ ବୈଧ ଡକ୍ୟୁମେଣ୍ଟ ଦାଖଲ କରିବାକୁ ହେବ । ଯଦି ଅନ୍ୟ କୌଣସି କାରଣରୁ ପିଲାମାନେ ଛୁଟି ନେଇଛନ୍ତି ତେବେ ତା’ର କାରଣ ଜଣାଇବାକୁ ପଡିବ । ଯାହା ପରେ ଯାଞ୍ଚ କରାଯିବ । ଯଦି କୌଣସି ଉପଯୁକ୍ତ ଛୁଟି ରେକର୍ଡ ବିନା ଅନୁପସ୍ଥିତ ଅଛନ୍ତି, ନିୟମିତ ଭାବେ ସ୍କୁଲ ଆସୁ ନାହାନ୍ତି ତେବେ ସେହି ଛାତ୍ର ଛାତ୍ରୀଙ୍କୁ ଡମି ପ୍ରାର୍ଥୀ ଭାବେ ବିବେଚନା କରାଯିବ । ସିବିଏସଇ ଏପରି ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ଦେବ ନାହିଁ ।
ଯଦି ଜଣେ ଛାତ୍ର ବାରମ୍ବାର ସ୍କୁଲକୁ ଆସୁ ନାହାନ୍ତି କିମ୍ବା ଆବଶ୍ୟକ ଉପସ୍ଥାନ ପୂରଣ କରୁ ନାହାନ୍ତି, ତେବେ ଅଭିଭାବକମାନଙ୍କୁ ଲିଖିତ ଭାବରେ ଏ ବିଷୟରେ ସ୍କୁଲକୁ ଜଣାଇବା ପାଇଁ ପଡ଼ିବ। ଏହି ସୂଚନା ପଞ୍ଜୀକୃତ, ସ୍ପିଡ୍ ପୋଷ୍ଟ କିମ୍ବା ଇ-ମେଲ୍ ମାଧ୍ୟମରେ ପଠାଇବାକୁ ହେବ। ଏସବୁର ରେକର୍ଡ ମଧ୍ୟ ରଖିବାକୁ ପଡିବ ।
ଏହା ବ୍ୟତୀତ ସିବିଏସଇ, ଛାତ୍ରଛାତ୍ରୀଙ୍କ ଆଟେଣ୍ଡାନ୍ସ ରେକର୍ଡ ଯେକୌଣସି ସମୟରେ ଅଚାନକ ଯାଞ୍ଚ କରି ପାରିବ । ଯଦି ସେହି ସମୟରେ ରେକର୍ଡରେ କୌଣସି ସର୍ଟ ଆଟେଣ୍ଡାନ୍ସ ମିଳେ ତେବେ ବୋର୍ଡ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ବୋର୍ଡ ପରୀକ୍ଷାରୁ ବାଦ୍ ଦେଇ ପାରେ ।

ବୁଣାକାରଙ୍କୁ ମିଳୁନି ପ୍ରୋତ୍ସାହନ :
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର