ବିଶ୍ୱର ଅନେକ ସ୍ଥାନରେ ଚିକନଗୁନିଆ ଭାଇରସ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ଯାତ୍ରା ସତର୍କତା ଜାରି କରିଛି ।
ସିଡିସି ଆମେରିକୀୟ ଯାତ୍ରୀମାନଙ୍କୁ ବିପଦ ବିଷୟରେ ସତର୍କ କରାଇ ଦେଇଛି, ଯେଉଁ ସ୍ଥାନରେ ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ସେସବୁ ସ୍ଥାନକୁ ନଯିବାକୁ ସିଡିସି କହିଛି । ଚୀନ୍ ଚିକନଗୁନିଆ ମାମଲା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ସେଠାରେ ୭ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମଧ୍ୟ ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା, ଭାରତ ମହାସାଗର ଅଞ୍ଚଳ ଏବଂ ଏସିଆର ଅନେକ ସ୍ଥାନରେ ପ୍ରାୟ ୨.୪ ଲକ୍ଷ ଚିକନଗୁନିଆ ମାମଲା ପଞ୍ଜିକୃତ ହୋଇଛି । ଯେଉଁଥିରେ ୯୦ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଚୀନ୍ର ଦକ୍ଷିଣ ପ୍ରଦେଶ ଗୁଆଙ୍ଗଡୋଙ୍ଗଠାରେ ଜୁନ୍ ୨୦୨୫ ପରଠାରୁ ୭,୦୦୦ ରୁ ଅଧିକ ମାମଲା ରେକର୍ଡ କରାଯାଇଛି । ଏହି ସହରର ଜନସଂଖ୍ୟା ପ୍ରାୟ ୭୮ ଲକ୍ଷ । ୨୦୧୯ ପରେ ହଂକଂରେ ଚିକୁନଗୁନିଆର ପ୍ରଥମ ମାମଲା ସମ୍ପ୍ରତି ରିପୋର୍ଟ ହୋଇଛି ।
ଚିକନଗୁନିଆର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ସିଡିସି ଏକ ସ୍ତର-୨ ଯାତ୍ରା ସ୍ୱାସ୍ଥ୍ୟ ନୋଟିସ୍ ଜାରି କରିଛି ଯାହା ପାଇଁ ଅଧିକ ସତର୍କତା ଆବଶ୍ୟକ । ଏଥିରେ ଦକ୍ଷିଣ ଆମେରିକାର ବୋଲିଭିଆ, ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶ, ମାଡାଗାସ୍କର, ମରିସସ୍, ମାୟୋଟ୍, ରିୟୁନିଅନ୍, ସୋମାଲିଆ ଏବଂ ଭାରତ ମହାସାଗର ଅଞ୍ଚଳର ଶ୍ରୀଲଙ୍କା ଭଳି ଦେଶ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, ସିଡିସି ବ୍ରାଜିଲ, କଲମ୍ବିଆ, ଭାରତ, ମେକ୍ସିକୋ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ଥାଇଲ୍ୟାଣ୍ଡ ସମ୍ପର୍କରେ ଆମେରିକୀୟ ଯାତ୍ରୀଙ୍କ ପାଇଁ ଏକ ଚେତାବନୀ ମଧ୍ୟ ଜାରି କରିଛି ।
ଆମେରିକାରେ ଚିକନଗୁନିଆ ସାଧାରଣ । ତଥାପି, ସିଡିସି ତଥ୍ୟ ଅନୁଯାୟୀ, ୨୦୦୬ ପୂର୍ବରୁ, ଆମେରିକୀୟ ଯାତ୍ରୀଙ୍କ ମଧ୍ୟରେ ଚିକନଗୁନିଆ ସଂକ୍ରମଣ ବହୁତ କମ ଥିଲା । ୨୦୦୬-୨୦୧୩ ମଧ୍ୟରେ, ପ୍ରତିବର୍ଷ ଆମେରିକାରେ ହାରାହାରି ୨୮ ଜଣ ଚିକନଗୁନିଆ ଭାଇରସ ସଂକ୍ରମଣରେ ପୀଡିତ ଥିବା ନିଶ୍ଚିତ ହୋଇଥିଲା । ଏମାନେ ସମସ୍ତେ ଏସିଆ, ଆଫ୍ରିକା କିମ୍ବା ଭାରତ ମହାସାଗରର ପ୍ରଭାବିତ ଅଞ୍ଚଳକୁ ଆସୁଥିବା କିମ୍ବା ଫେରୁଥିବା ଯାତ୍ରୀ ଥିଲେ ।
ସିଡିସି ଅନୁଯାୟୀ, ୨୦୧୯ ପରେ ଆମେରିକାରେ ସ୍ଥାନୀୟ ଭାବରେ ସଂକ୍ରମିତ କୌଣସି ମାମଲା ରିପୋର୍ଟ ହୋଇନାହିଁ । ତଥାପି, ୨୦୨୪ ମସିହାରେ ଯାତ୍ରା ସମୟରେ ଆମେରିକୀୟ ନାଗରିକଙ୍କଠାରେ ୧୯୯ ଏବଂ ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୪୬ ସଂକ୍ରମଣ ମାମଲା ରିପୋର୍ଟ ହୋଇଯାଇଛି !

ବୁଣାକାରଙ୍କୁ ମିଳୁନି ପ୍ରୋତ୍ସାହନ :
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର