socialtalknews

ବର୍ବରତା ଶେଷ ସୀମା :

ବର୍ବରତା ଶେଷ ସୀମା :

ବର୍ବରତା ଶେଷ ସୀମା :

କୁଆମରା : ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଜଣେ ଆଦିବାସୀ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛି। ପୃଥକ୍‌ ସମୟରେ ୩ ଜଣ ଅଭିଯୁକ୍ତ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୪ ତାରିଖ ଦିନ ପୀଡ଼ିତାଙ୍କ ମା’ କାମ କରିବାକୁ ବାହାରକୁ ଯାଇଥିବା ବେଳେ ୧୦ ବର୍ଷୀୟା ନାବାଳିକା ଘରେ ଏକୁଟିଆ ଥିଲେ। ଏହି ସୁଯୋଗରେ ଅଭିଯୁକ୍ତମାନେ ଦିନତମାମ ଜଣକ ପରେ ଜଣେ ଘର ଭିତରକୁ ଯାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ଘଟଣା ବାବଦରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ତେବେ, ସନ୍ଧ୍ୟାରେ ମାଆ ଘରକୁ ଫେରିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ଜଣକ ସବୁକଥା ଜଣାଇଥିଲେ। ଏନେଇ ୫ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ମାଆ। ଅଭିଯୋଗ ଆଧାରରେ ପୁଲିସ ଗତକାଲି ୩ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ସମସ୍ତେ ପୁଲିସ ଆଗରେ ଦୋଷ ସ୍ବୀକାର କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ଜଣ ଯୁବକ (୧୮ ଓ ୨୩ ବର୍ଷ) ଓ ଜଣେ ନାବାଳକ (୧୩ ବର୍ଷ)। ସମସ୍ତେ ପୃଥକ୍‌ ସମୟରେ ଦୁଷ୍କର୍ମ କରିଥିବାରୁ ପୋକ୍‌ସୋ ଆକ୍ଟରେ ୩ଟି ପୃଥକ୍‌ ମାମଲା ରୁଜୁ କରିଛି ପୁଲିସ। ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପଞ୍ଚାନନ ମହାନ୍ତି କହିଛନ୍ତି।
ଅନୁଗୁଳ/ଛେଣ୍ଡିପଦା: ଅନୁଗୁଳ‌ରେ ପୁଣି ଲଜ୍ଜା। ଜଣେ ମହିଳାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଛି। ଏହି ଅମାନବୀୟ ଘଟଣା‌ରେ ସାମିଲ ୨ ନାବାଳକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ବାଗେଡ଼ିଆ ଥାନା ବାରମଞ୍ଚା ଗାଁର ରଞ୍ଜନ କୁମାର ମୁଖୀ (୨୮)। ଅନ୍ୟ ଦୁଇ ଜଣ ନାବାଳକ ଥିବାରୁ ପୁଲିସ ସେମାନଙ୍କ ନାମ ପ୍ରକାଶ କରିନି। ପାଳଲହଡ଼ା ଅଞ୍ଚଳର ମହିଳାଜଣଙ୍କ ଗତ ୩ ତାରିଖରେ ଛେଣ୍ଡିପଦାକୁ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ। ଅପରାହ୍‌ଣ ପ୍ରାୟ ୩ଟା ବେଳେ ତାଙ୍କ ଭଣଜାଙ୍କ ସହ ସେ ଫେରିଲା ବେଳେ ବାଟରେ ଶୌଚ ହେବାକୁ ବାଗେଡ଼ିଆ ଥାନା ବାରମଞ୍ଚା ଜଙ୍ଗଲ ପାଖରେ ଅଟକିଥିଲେ। ସେ ‌ଶୌଚ ହେବାକୁ ଜଙ୍ଗଲକୁ ଯାଇଥିବା ସମୟରେ ଏକ ଟ୍ରାକ୍ଟରରେ କିଛି ଶ୍ରମିକ ଯାଉଥିଲେ। ସେମାନେ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଧମକଚମକ ଦେଇ ପଳାଇ ଯାଇଥିଲେ।
ଏ ନେଇ ପୀଡ଼ିତା ମଙ୍ଗଳବାର ରାତିରେ ବାଗେଡ଼ିଆ ଥାନାରେ ଏତଲା ଦେବା ପରେ ପୁଲିସ ୧୫୪/୨୫ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହାକୁ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦେଇ ଜ‌ଣେ ଡିଏସ୍‌ପିଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ ଅନୁଗୁଳ ଏସ୍‌ପି ରାହୁଲ ଜୈନ। ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୩ଟି ପୁଲିସ ଟିମ୍‌ ତଦନ୍ତରେ ସାମିଲ ହୋଇଥିଲେ। ଆଜି ଫରେନ୍‌ସିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛନ୍ତି। ସେହିପରି ଅଭିଯୁକ୍ତ ରଞ୍ଜନ ମୁଖୀକୁ ପୁଲିସ ଘଟଣାସ୍ଥଳକୁ ନେଇ ପଚରାଉଚରା କରିଥିଲା। ସନ୍ଧ୍ୟା ସୁଦ୍ଧା ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କ ପାଖରୁ ଗୋଟିଏ ଟ୍ରାକ୍ଟର ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତା’ର ବି ଖୋଳତାଡ଼ ଚାଲିଛି।
ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଅଭିଯୋଗର ୨୪ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ଚାଲିଛି। ୩୦ ଦିନ ଭିତରେ ମାମଲାର ଚାର୍ଜସିଟ୍‌ ପ୍ରଦାନ କରାଯିବ। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ବିଚାର ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି

Share the Post:

Related Posts

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ

Read More