ଭୁବନେଶ୍ୱର : ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି । ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ । ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୩ ଥର ଖଣ୍ଡପଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମନ୍ତ୍ରୀ ଏବଂ ଉପବାଚସ୍ପତି ଭାବେ ସେ ଦାୟିତ୍ଵ ନିର୍ବାହ ମଧ୍ୟ କରିଥିଲେ । କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ ।

ବୁଣାକାରଙ୍କୁ ମିଳୁନି ପ୍ରୋତ୍ସାହନ :
ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର