ମାଟିତଳୁ ଖୋଳାଯିବ ମୃତଦେହ :

Talk Always Truth

ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୁଣାକର ଦଳାଇ ଗତ ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ। ସେହି ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ହୋଇଥିଲା।
ଗଜପତି କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣା। ଆଜି ମାଟିତଳୁ ବାହାର କରାଯିବ ମୃତଦେହ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ଚିହ୍ନଟ ସ୍ଥାନ ଖୋଳାଯାଇ ମୃତଦେହ ବାହାର କରାଯିବ। ସେପଟେ ଘଟଣାରେ ପୁଲିସ ୮ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କରୁଣାକର ଦଳାଇ ଗତ ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ। ସେହି ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। ସେହି ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁ ହୋଇଥିଲା। ଏଥିପାଇଁ ଗାଁ ଲୋକ କରୁଣାକର ଗୁଣି କରି ମାରିଦେଇଥିବା ସନ୍ଦେହ କରୁଥିଲେ। ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ ଗାଁର କିଛି ଯୁବକ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ତିନିଦିନ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ୮ ଜଣଙ୍କୁ ଉଠାଇ ନେଇ ତଦନ୍ତ କରୁଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page