ସାଲେପୁର : ଜଣଙ୍କ ନାଁରେ ୱାରେଣ୍ଟ । ବନ୍ଧା ହେଲେ ଆଉ ଜଣେ । ମାହାଙ୍ଗା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ସମାନ ନାଁ ପାଇଁ ନିର୍ଦ୍ଦୋଷକୁ ଜେଲ ପଠାଇ ଏବେ ବିବାଦରେ ମାହାଙ୍ଗା ପୋଲିସ l ପୋଲିସର ଏମିତି କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜେଲ ଯାଇଥିବା ବ୍ୟକ୍ତିଙ୍କ ପରିବାରଲୋକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନରେ ଥିବା କୁଣ୍ଡି ପଂଚାୟତର ନନ୍ଦକିଶୋରପୁର ଗାଁରେ ।
ସୂଚନା ଅନୁସାରେ ଗତ ମେ ୨୯ ତାରିଖରେ ଅଭିମନ୍ୟୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅଭିମନ୍ୟୁଙ୍କ ପିତା ରାମଚନ୍ଦ୍ର ବେହେରା ଘର ନନ୍ଦକିଶୋରପୁରରେ । କିନ୍ତୁ ଚୋରା ମଦ ବିକ୍ରି ନେଇ ଅଭିମନ୍ୟୁ ବେହେରାଙ୍କ ନାଁରେ ୱାରେଣ୍ଟ ଥିଲା । ତାଙ୍କ ବାପାଙ୍କ ନାଁ ରାମ ବେହେରା ଓ ଘର ଜଗନ୍ନାଥପୁରରେ। କିନ୍ତୁ ମାହାଙ୍ଗା ପୋଲିସ ଅସଲ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଜଣେ ନିରୀହ ଲୋକଙ୍କୁ ଜେଲ ପଠାଇଲା l ସମାନ ନା ଥିଲା ବୋଲି ଜେଲ ଗଲେ ଜଣେ ନିର୍ଦ୍ଦୋଷ l ସେପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ମାଟିତଳୁ ଖୋଳାଯିବ ମୃତଦେହ :
ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।