ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ :

Talk Always Truth

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ।
ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ କରେ, ତେବେ ଭାରତ ଉପରେ ଏହାର ଗୁରୁତର ପ୍ରଭାବ ପଡିପାରେ। ଭାରତ ଆମେରିକାକୁ ବର୍ଷକୁ ଅନେକ ବିଲିୟନ୍ ଡଲାର ମୂଲ୍ୟର ଔଷଧ ରପ୍ତାନି କରେ। ଏହି ଅତ୍ୟଧିକ ଶୁଳ୍କ ଦ୍ୱାରା ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ତାଙ୍କ ମୂଲ୍ୟ ଅନୁକୂଳତା ହାରାଇପାରନ୍ତି, ଯାହାର ପରିଣାମସ୍ୱରୂପ ରପ୍ତାନି କମିପାରେ। ଏହା ସହ ଅନେକ କମ୍ପାନୀ ବିପୁଳ କ୍ଷତି ସହିବେ ଓ ଛଟେଇ ପରିମାଣ ବଢିବ । ଏହି ପରିସ୍ଥିତିରେ ଭାରତକୁ ଅନ୍ୟ ବିକଳ୍ପ ବଜାର ଯଥା ଆଫ୍ରିକା, ଦକ୍ଷିଣ ଆମେରିକା ଓ ଯୁରୋପ ମଧ୍ୟରେ ଖୋଜିବାକୁ ହେବ। ଅନ୍ୟପଟେ, ଟ୍ରମ୍ପଙ୍କ ଏହି ଶୁଳକ ଦ୍ବାରା କେବଳ ଭାରତ ନୁହେଁ, ଆମେରିକା ବି କ୍ଷତିଗ୍ରସ୍ତ ହେବ । ଏହି ଶୁଳ୍କଲାଗୁ ହେବା ଦ୍ୱାରା ଅମେରିକାରେ ଭାରତୀୟ ଔଷଧ ଦାମ ବଢ଼ିଯିବ ଓ ଅନେକ ରୋଗୀ ପ୍ରଭାବିତ ହେବେ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page